ରାୟଗଡ:-ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୭ତମ କିସ୍ତିର ଦେଶର କିଷାନ ମାନଙ୍କୁ ୨୦ହଜାର କୋଟି ପ୍ରଦାନ କରିଛନ୍ତି l ଉତ୍ତର ପ୍ରଦେଶର ବାରଣାସୀରୁ ଆୟୋଜିତ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ ମାଧ୍ୟମରେ ସ୍ଥାନୀୟ ଜିଲ୍ଲାସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମକୁ ଚାଷୀମାନେ ଦେଖିଥିଲେ l ରୟାଗଡ଼ ଜିଲ୍ଲାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୭ତମ କିସ୍ତିର ୨୦୦୦ହଜାର ଟଙ୍କା ଲେଖାଏଁ ୪୩୭୪୨ ଜଣ ହିତାଧିକାରୀଙ୍କୁ ୮କୋଟି ୭୪ଲକ୍ଷ ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଜମା କରାଯାଇଛି l ଜିଲ୍ଲା କୃଷି ବିଭାଗ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଏରି ମନୋଜ ସତ୍ୟବାନ ମହାଜନ, ପୌର ଅଧ୍ୟକ୍ଷ ଶ୍ରୀ ପି ମହେଶ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ୍ୟା ଶୁଆରୀ ଟୁନି ହୁଇକା, ପ୍ରକଳ୍ପ ନିର୍ଦେଶକ ଜାଳବିଭାଜିକା ମିଶନ, ଡ଼ଃ ଦୟାନିଧି ବାଘ, କୃଷି ଉପନିର୍ଦ୍ଧେଶକ ଦୟାନିଧି ରାଉତ, ଜିଲ୍ଲା ପ୍ରାଣୀ ସିକିତ୍ସା ଅଧିକାରୀ ଓ ଅନ୍ୟାନ୍ୟ ମlନ୍ୟଗଣ୍ୟ ଅତିଥି,ଜିଲ୍ଲାସ୍ଥରୀୟ ଅଧିକାରୀ, ଜିଲ୍ଲାର ଚାଷୀମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଦେଖିଥିଲେ l ଶେଷରେ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ସୁମନସିଂ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.