ପି.ଏମ୍ କିଶାନ ନିଧି ଯୋଜନା ଅଭାସିରେ ଭଞ୍ଜନଗରରୁ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀଙ୍କ ଯୋଗଦାନ

5

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା):ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ୧୭ ତମ କିସ୍ତି କୃଷକ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ ଆଜି ଅନୁଷ୍ଟିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସୀରେ ଯୋଜନାର ଶୁଭାରମ୍ଭ କରିଥିଲେ। ତେଣୁ ଦେଶର ବିଭିନ୍ନ ସ୍ଥାନରେ ଭିଡିଓ କନଫରେନ୍ସ ମାଧ୍ୟମରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ହୋଇଥିଲା। ସେହିପରି ଭଞ୍ଜନଗର ବେଣାକୁନ୍ଦା ଗ୍ରାମ ଶେଷ ଭାଗରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆଜି ଜୁନ୍ ମାସ ୧୮ ତାରିଖ ୨୦୨୪ ମଗଂଳ ବାର ୪ ଘଣ୍ଟା ସମୟରେ ଅନୁଷ୍ଟିତ ହୋଇଥିଲା।

ଏଥିରେ ରାଜ୍ୟ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡା ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନୀଲ କୁମାର ସେଠୀ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବିଶ୍ବ ରଞ୍ଜନ କର,
, ଓୟୁଏଟି ଡିନ୍ ପ୍ରଧ୍ୟାପକ ହୃଷୀକେଶ ପାତ୍ର , ସରପଞ୍ଚ ରୋଜି ବରାଡ, ସମିତିସଭ୍ୟା କୁନି ଜେନା
ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡଃ ସୂତନୁ କୁମାର ଶତପଥି ସଭାକୁ ସଂଯୋଜନା କରିଥିଲେ। ବୈଜ୍ଞାନିକ ଅନିତା ପାତ୍ର ଧନ୍ୟବାଦ୍ ପ୍ରଦାନ କରିଥିଲେ। ଏହି ଅବସରରେ
ଜିଲା ମତ୍ସ୍ୟ ଅଧିକାରୀ ନିମାଇଁ ଚରଣ ବସ୍ତିଆ, ସି ଡି ଭି ଓ ଡ ମନୋଜ କୁମାର ସାହୁ, ସହକାରୀ ଉଦ୍ୟାନବିତ୍ ଏସ ରାମାରାଓ, ବରିଷ୍ଠ ଭାଜପା ନେତା ବିନାୟକ ତ୍ରିପାଠୀ, ନୀଳ ମାଧବ ପାତ୍ର, ଭାଜପା ଘୁମୁସର ସାଙ୍ଗଠନିକ ଜିଲା ଉପସଭାପତି ଅଯୋଧ୍ୟା ନାଥ ମହାପାତ୍ର ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବରିଷ୍ଠ ବୈଜ୍ଞାନିକ ପ୍ରଶାନ୍ତ କୁମାର ପଣ୍ଡା, ଡ ସନ୍ତୋଷ କୁମାର ସାମନ୍ତରାୟ, ଏମ୍ ଦିବ୍ୟନାଥ, ସ୍ଵାତୀ ସ୍ଵୟଂ ପ୍ରଭା ପ୍ରଧାନ, ସୋନାଲି ଜେଠି, ଶିତିକଣ୍ଠ ମିଶ୍ର, ପ୍ରିୟଦର୍ଶିନୀ ଘଡେ଼ଇ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.