ଖଲ୍ଲିକୋଟ ଯୁବରାଜ ବଙ୍ଗଳା ରେ ସିନ୍ଧୁ- ଉର୍ମି ରଜ ଉତ୍ସବ ପାଳିତ ।

6

(ଶାସକ ପ୍ରଶାସକ/ଖଲ୍ଲିକୋଟରୁ ଶିବରାମ ଜେନା ):ସୁନାମଧନ୍ୟ ଖଲ୍ଲିକୋଟ ସ୍ଥାନୀୟ ଯୁବରାଜ ବଙ୍ଗଳା ରେ,ସିନ୍ଧୁ -ଉର୍ମି ସାହିତ୍ୟ ସଂସଦ ପକ୍ଷରୁ ରୁ ରଜ ମହୋତ୍ସବ -୨୦୨୪ ବର୍ଣ୍ଣାଢ଼୍ୟ ଢଙ୍ଗରେ ପାଳିତ ହୋଇଯାଇଛି। ଏଅଵସରେ ମୁଖ୍ୟ ଅତିଥି ଭାବେ ଉଦ୍ ଘୋଷିକା ଡ଼ଃ ସୁଦୀପ୍ତା ପାଣିଗ୍ରାହୀ ଥିବା ବେଳେ ସମ୍ମାନିତ ଅତିଥି ଥିଲେ ବ୍ରହ୍ମପୁର ଆକାଶବାଣୀ ର ପ୍ରାକ୍ତନ କାର୍ଯ୍ୟକ୍ରମ ନିଷ୍ପାଦକ ଡ଼ଃ ହୃଷିକେଶ ପାଣିଗ୍ରାହୀ । ଆଜିର ଏ ରଜରାଣୀ ଉତ୍ସବରେ ପ୍ରଖ୍ୟାତ କଣ୍ଠ ଶିଳ୍ପୀ ଶ୍ରୀ ମତୀ ସୁସ୍ମିତା ଦାସ ଙ୍କୁ ରଜରାଣୀ ଉପାଧି ରେ ଭୂଷିତ କରାଯାଇଥିଲା ବେଳେ, ଶ୍ରୀ ମତୀ ଜ୍ୟୋତ୍ସ୍ନା ରାଣୀ ଦେଵୀ ଓ ରଶ୍ମିତା ଦଳାଇ ଙ୍କୁ ସିନ୍ଧୁ ଉର୍ମି ର ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଯାଇଅଛି। ଉକ୍ତ କାର୍ଯ୍ୟକ୍ରମର ଆୟୋଜକ ସିନ୍ଧୁ-ଉର୍ମି ସାହିତ୍ୟିକ ସଂସଦ ର ସଭାପତି ଶ୍ରୀ ସୁଧାଂଶୁ ଶେଖର ସାହୁ ଓ ସମ୍ପାଦକ ଶ୍ରୀ ମାଧବ ବେହେରା ଥିବା ଜଣାପଡ଼ିଛି । କାର୍ଯ୍ୟକ୍ରମ ର ପ୍ରାରମ୍ଭରୁ ଶିକ୍ଷାବିତ୍ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ଙ୍କ ଦ୍ଵାରା ଏକ ମନୋଜ୍ଞ କବିତାପାଠ ହୋଇ ଥିଲା। ସମ୍ପାଦକ ଶ୍ରୀ ମାଧବ ବେହେରା ସମ୍ପାଦକୀୟ ବିବରଣୀ ପଠନ କରିଥିଲେ।

ରଜପର୍ବର ବିଧିବିଧାନକୁ ବଜାୟ ରଖିବାକୁ ମଞ୍ଚାସିନ ଥିବା ଅତିଥି ମାନେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି। ତା ସଙ୍ଗେ ସଙ୍ଗେ ସିନ୍ଧୁ ଉର୍ମି ସାହିତ୍ୟ ସଂସଦ ର ସଭାପତି ଶ୍ରୀ ସୁଧାଂଶୁ ଶେଖର ସାହୁ ଯୁବରାଜ ବଙ୍ଗଳା ର ନାମକରଣ ଉପରେ ଆଲୋକ ପାତ କରିଥିଲେ ଓ ରାଜବଂଶର ଐତିହ୍ୟ ପରମ୍ପରା କୁ ଭୂୟସୀ ପ୍ରଶଂସା କରିଥିଲେ। ଏସଂକ୍ରାନ୍ତରେ ଉପସ୍ଥିତ ଥିଲେ ଚିତ୍ରଶିଳ୍ପୀ ତଥା ଶିକ୍ଷୟିତ୍ରୀ ଵସନ୍ତ କୁମାରୀ ସାମନ୍ତ, ଚିତ୍ର ଶିଳ୍ପୀ ପଞ୍ଚାନନ ସୁର, କଳାକାର ପ୍ରହଲ୍ଲାଦ ବେହେରା, ବିଦ୍ୟୁତ ପ୍ରଭା ଦାସ , ସରୋଜ ବାଳା ପଟ୍ଟନାୟକ, ପ୍ରତିଭାଦାସ , ମମତା ସୁଧାର , ପ୍ରଭାତ କୁମାର ମିଶ୍ର,ଓ ମିତାଞ୍ଜଳୀ ମିଶ୍ର , ସମୁଦାୟ ବ୍ୟକ୍ତି ବିଶେଷ ମାନେ ନିଜର ସ୍ବ ରଚିତ କବିତା ପଢ଼ି ଆୟୋଜନ ରେ ଯୋଗଦାନ କରିଥିବା ଦର୍ଶକଙ୍କୁ ଆକର୍ଷିତ କରିବା ପରିଲକ୍ଷିତ ହୋଇଥିଲା।

Leave A Reply

Your email address will not be published.