ସଙ୍ଗୀତ ଶିରୋମଣି ସ୍ୱର୍ଗତ ବିଜୟ କୁମାର ପାତ୍ରଙ୍କ ପତ୍ନୀ ତଥା ପୁର୍ବତନ କାଉନସିଲରଙ୍କ ଦେହାନ୍ତ ।

5

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରର ବିଶିଷ୍ଟ କଳାକାର ତଥା ସଙ୍ଗୀତ ଶିରୋମଣି ସ୍ୱର୍ଗତ ଚିନଂ ବିଜୟ କୁମାର ପାତ୍ରଙ୍କ ପତ୍ନୀ ତଥା ପୁର୍ବତନ କାଉନସିଲର ଚିନଂ ପ୍ରଫୁଲ୍ଲ କୁମାରୀଙ୍କ ସୋମବାର ସଂଧ୍ୟା ୬ ଘଣ୍ଟା ସମୟରେ ଦେହାନ୍ତ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତା ପ୍ରଫୁଲ୍ଲ କୁମାରୀ ଏକାଧାରରେ ଜଣେ ମିଷ୍ଟଭାଷୀ,ପରୋପକାରୀ, ଧର୍ମପରାୟଣ,ଅମାୟୀକ ମହିଳା ଥିଲେ ।ସେ ବିଜୟ କୁମାର ପାତ୍ରଙ୍କ ପତ୍ନୀ ସମେତ ବରିଷ୍ଠ ବିଜେପି ନେତା ତଥା ପୁର୍ବତନ କାଉନସିଲର ଚିନଂ ଲିଙ୍ଗରାଜ ପାତ୍ର ଓ ଯତୀନ ପାତ୍ରଙ୍କ ମାତା ଏବଂ ବେଲଗୁଣ୍ଠା ଉପାଧ୍ୟକ୍ଷା ଟି.ବବିତା କୁମାରୀଙ୍କ ଶାଶୁ ଅଟନ୍ତି ।ସ୍ୱର୍ଗତା ପାତ୍ର ୧୯୯୭ ଠାରୁ ୨୦୦୨ ପର୍ଯ୍ୟନ୍ତ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବେଲଗୁଣ୍ଠା ଅଞ୍ଚଳର ବହୁ ବ୍ୟକ୍ତିବିଶେଷ ଶେଷ ଦର୍ଶନ ପାଇଁ କଂସାରୀ ସାହିସ୍ଥିତ ବାସ ଭବନରେ ପହଞ୍ଚି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇବା ସହିତ ସ୍ୱର୍ଗତା ପାତ୍ରଙ୍କ ଆତ୍ମାର ସଦ୍ଗତି ପ୍ରାର୍ଥନା କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପ୍ରଫୁଲ କୁମାରୀଙ୍କ ପାଞ୍ଚ ପୁତ୍ର ମନୋରଞ୍ଜନ , ଲିଙ୍ଗରାଜ , ବିଶିଷ୍ଟ ବାଘ ନୃତ୍ୟ କଳାକାର ମହେନ୍ଦ୍ର ପାତ୍ର,ଜିତେନ୍ଦ୍ର ପାତ୍ର ପୁର୍ବତନ କାଉନସିଲର ଯତୀନ ପାତ୍ର , କନ୍ୟା ମଞ୍ଜୁଲତା, ଜାମାତା ପ୍ରଶାନ୍ତଙ୍କ ସମେତ ସମସ୍ତ ପୁତ୍ରବଧୂ, ନାତୀନାତୁଣୀ ଉପସ୍ଥିତ ଥିଲେ ।ରାତ୍ର ୮ ଘଣ୍ଟ ସମୟରେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଇ ବେଲଗୁଣ୍ଠା ଶ୍ମଶାନରେ ଅନ୍ତିମ ଶେଷକୃତ୍ୟ ସଂପନ୍ନ କରଯାଇଥିଲା ।
ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ,ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା,ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ବିଜେପି ଯୁବ ନେତା ଜିତେନ୍ଦ୍ର କୁମାର ନାୟକ, ବିଜେପି ମଣ୍ଡଳ ସଭାପତି ମହେନ୍ଦ୍ର ବେହେରା, ପୁର୍ବତନ କାଉନସିଲର ରାଧାକୃଷ୍ଣ ସ୍ୱାଇଁ,ଖଦାଳ ପୋଲାଇ,ବିଜେପି ନେତା ନୀଳାଚଳ ମହାପାତ୍ର,
କାଉନସିଲର ଭାସ୍କର ପାତ୍ର, ଜିତେନ୍ଦ୍ର ସୁବୁଦ୍ଧି,ଦିବ୍ୟ ରଞ୍ଜନ ଦାଶ,ଦିଲିପ ଆଚାରୀ, ପ୍ରଦୀପ କୁମାର ସେଠୀ,ବିଶ୍ୱନାଥ ଦଳାଇ, ରଞ୍ଜିତ କୁମାର ସାମଲ,ବିଜେପି ର ବଳରାମ ସ୍ୱାଇଁ, ଶଙ୍କର ପାତ୍ର, ନାରାୟଣ ସାହୁ,
,ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ,ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ ।ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ଓ ଏହାର ଆଖପାଖ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି
।ତାଙ୍କର ଅନ୍ତିମ ଯାତ୍ରାରେ ବେଲଗୁଣ୍ଠା ବ୍ଳକ ଓ ସହର ପାଖାପାଖି ଅଞ୍ଚଳର ସହସ୍ରାଧିକ ବ୍ୟକ୍ତି ଯୋଗ ଦେଇଥିଲେ ।

Leave A Reply

Your email address will not be published.