ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଦାୟିତ୍ଵ ଗ୍ରହଣ ସହିତ ବିଭାଗ ପରିଦର୍ଶନ

6

ଭୁବନେଶ୍ଵର: ଆଜି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳସାମନ୍ତ ବିଭାଗର ଦାୟିତ୍ଵ ଗ୍ରହଣ କରିବା ସହ ବିଭାଗର ପରିଦର୍ଶନ କରିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ପୁଷ୍ପଗୁଚ୍ଛ ପ୍ରଦାନ କରି ମାନ୍ୟବର ମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ।
ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇ ମାନ୍ୟବର ମନ୍ତ୍ରୀ ରାଜ୍ୟର ପ୍ରଗତି ତଥା ବୁଣାକାର ଏବଂ ହସ୍ତଶିଳ୍ପୀ ମାନଙ୍କ ହିତ ନିମନ୍ତେ କାର୍ଯ୍ୟ କରିବା ସହ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ଆନ୍ତରିକ ସହଯୋଗ କାମନା କରିଥିଲେ । ମାନ୍ୟବର ମନ୍ତ୍ରୀ ଆଗାମୀ ଦିନରେ ଶତପ୍ରତିଶତ ଧାର୍ଯ୍ୟ ଲକ୍ଷ ହାସଲ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଭାଗର ନିର୍ଦ୍ଦେଶକ ଗଣ ଓ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ମାନ୍ୟବର ମନ୍ତ୍ରୀଙ୍କୁ ପ୍ରମୁଖ ଶାସନ ସଚିବ ଡ. ପାଢୀ ବିଭାଗର କାର୍ଯ୍ୟକାରିତା ବିଷୟରେ ଅବଗତ କରାଇଥିଲେ ।

Leave A Reply

Your email address will not be published.