ବାଲେଶ୍ଵର ଗୋଷ୍ଠୀ ଉତ୍ତେଜନା: ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିର୍ଦ୍ଦେଶ

0 1

ଶାନ୍ତି, ସୌହର୍ଦ୍ୟ ବଜାୟ ରଖିବା ପାଇଁ ନିବେଦନ

ଭୁବନେଶ୍ୱର: ବାଲେଶ୍ଵର ରେ ଆଜି ଘଟିଥିବା ଗୋଷ୍ଠୀ ଗତ ଉତ୍ତେଜନା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାଲେଶ୍ଵର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଶାନ୍ତି ଶୃଙ୍ଖଳା ବ୍ୟାହତ ହେବାକୁ ଦିଆ ଯିବ ନାହିଁ। ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ଭାଇଚାରା ବଜାୟ ରଖି ସମସ୍ତେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି।

Leave A Reply

Your email address will not be published.