ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ଖୁବ୍ ଧୁମ୍ ଧାମରେ ପାଳନ ହେଉଥିବା ବେଳେ ସେଥିରୁ ବାଦ୍ ପଡିନଥିଲା ଜାଗୃତି-II , ପାଟିକୋଟା । ଯେଉଁ ଅନୁଷ୍ଠାନରେ ଅବହେଳିତ ମହିଳା ଏବଂ ଅବହେଳିତ ଶିଶୁ କନ୍ୟା ରୁହନ୍ତି। ଏହି ଅନୁଷ୍ଠାନ ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧିନରେ କାମ କରେ।
ଘରୋଇ ହିଂସା , ଯୌନ ନିର୍ଯ୍ୟାତନା , ଅବହେଳିତ ଏବଂ ଅତ୍ୟାଚାରିତ ମହିଳା ଏବଂ ଶିଶୁ କନ୍ୟା ମାନଙ୍କ ଥଇଥାନ ଏବଂ ସେମାନେ କିପରି ସମାଜର ମୁଖ୍ୟ ଶ୍ରୋତରେ ସାମିଲ ହୋଇପାରିବେ ସେଥିପାଇଁ ଏହି ଅନୁଷ୍ଠାନ ଉଦ୍ଧିଷ୍ଟ । ଦୈନନ୍ଦିନ ପରିଚାଳନା ପାଇଁ ନହ୍ନେ ମୁହ୍ନେ ଯୁବ ଛାତ୍ର ସଂସଦ କୁ ଏହି ଦାୟିତ୍ବ ଦିଆଯାଇଛି।
ରଜ ପର୍ବ ଅବସରରେ ଏଠାରେ ପହଞ୍ଚିଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ , ଶିଶୁ ମଙ୍ଗଳ ସମିତିର ସଭ୍ୟା ଶ୍ରୀମତି ମମତା ରାଣି ଶତପଥି ଏବଂ ୱାନ୍ ଷ୍ଟପ୍ ସେଣ୍ଟରର କେନ୍ଦ୍ର ପ୍ରଶାସକ ଶ୍ରୀମତି ସୁନିତା ରଥ।
ଏହି ଅବସରରେ ଅନୁଷ୍ଠାନରେ ଉପସ୍ଥିତ ଶିଶୁ କନ୍ୟାମାନେ ବିଭିନ୍ନ ନୃତ୍ୟ ଏବଂ ଗୀତର କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାର ଦେଖାଯାଇଥିଲା। ସମସ୍ତ ଅନ୍ତେବାସୀ ବିଭିନ୍ନ କସ୍ମେଟିକ୍ ଜିନିଷରେ ସଜେଇ ହୋଇ ବେସ୍ ଖୁସି ଥିବାର ଦେଖାଯାଇଥିଲା।
ଅନୁଷ୍ଠାନ ତରଫରୁ ବିଭିନ୍ନ ଓଡିଆ ପିଠାପଣା ଯଥା :- ଖିରି ଏବଂ କାକରା ପିଠା ଅନ୍ତେବାସୀମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା। ଏହି ଅବସରରେ ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ପ୍ରତ୍ୟେକ ଅନ୍ତେବାସୀଙ୍କୁ କସ୍ମେଟିକ୍ କିଟ୍ ଏବଂ ମିଠା ବଣ୍ଟନ କରାଯାଇଥିଲା।
ଏହି ସମୟରେ ଅନୁଷ୍ଠାନର ପରିଚାଳିକା ଶ୍ରୀମତୀ ସରିତା ଶବର , ପରାମର୍ଶଦାତ୍ରୀ ଶ୍ରୀମତୀ ମଞ୍ଜୁଳା ଚୌଧୁରୀ ଓ କେସ୍ ୱାର୍କର ଶ୍ରୀମତୀ ଗାୟତ୍ରୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.