ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଉତ୍କଳ ବାଳାଶ୍ରମ , ଶାଖା-ଗଜପତିରେ ଅଚାନକ ପହଞ୍ଚିବା ସହ ରଜ ଉତ୍ସବରେ ଚାଲିଥିବା ଶିଶୁ କନ୍ୟାଙ୍କ ବିଭିନ୍ନ କାର୍ଯ୍ୟକ୍ରମ କୁ ବୁଲି ଦେଖିଥିଲେ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ରଜ ପର୍ବକୁ ଓଡିଆ ମାନଙ୍କର ଏହା ଏକ ଗଣପର୍ବ ବୋଲି ଅଭିହିତ କରିବା ସହ ଓଡ଼ିଶାର ବିଭିନ୍ନ ପର୍ବପର୍ବାଣି ଓଡ଼ିଶାବାସୀଙ୍କୁ ଏକଜୁଟ୍ କରିବାରେ ସହାୟକ ହୁଏ ବୋଲି କହି ଉପସ୍ଥିତ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ପୁଣି ଓଡ଼ିଆ ଭାଷା ଏବଂ ଓଡ଼ିଆ ସଂସ୍କୃତି ଉପରେ ଶିଶୁ ମାନଙ୍କର କିପରି ଆଗ୍ରହ ଆଗକୁ ବଢିବ ତାହା ଉପରେ ଗୁରୁତ୍ବ ଦେବା ଲାଗି ସମସ୍ତ କର୍ମଚାରିଙ୍କୁ ପରାମର୍ଶ ଦେଇଥିଲେ।
ଏହି ସମୟରେ ଶିଶୁ ମାନେ ସମ୍ବଲପୁରୀ ନାଚ ପରିବେଷଣ କରିବା ସହ ଦୋଳିର ମଜା ନେବାର ଦେଖାଯାଇଥିଲା। ଅନୁଷ୍ଠାନ ତରଫରୁ ବିଭିନ୍ନ ଓଡିଆ ପିଠାପଣା ଯଥା :- ପୋଡ଼ପିଠା ଏବଂ କାକରା ପିଠା ଶିଶୁମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା। ଏହି ସମୟରେ ଅନୁଷ୍ଠାନରେ ୭୨ ଜଣ ମାତୃପିତୃହୀନ ଶିଶୁ ଉପସ୍ଥିତ ଥିଲେ।
ଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରତ୍ୟେକ ଶିଶୁ ସଜାଇ ହେବା ପାଇଁ ବିଭିନ୍ନ ପ୍ରକାର କସ୍ମେଟିକ୍ ଜିନିଷ ଯଥା ଅଳତା , ନେଲ୍ ପଲିସ୍ , ଟିକିଲି , କଜଳ ଏବଂ ଲିପିଷ୍ଟିକ୍ ପ୍ରତ୍ୟେକ ଶିଶୁଙ୍କୁ ବଣ୍ଟନ କରିବା ସହ ନେଇଥିବା ମିଷ୍ଠାନକୁ ମଧ୍ୟ ବଣ୍ଟନ କରିଥିଲେ।
ଏହି ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ , ଅନୁଷ୍ଠାନର ସମ୍ପାଦକ ଯଥା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ଶ୍ରୀମତି ମନୋରମା ଦେବୀ , ଶିଶୁ ମଙ୍ଗଳ ସମିତିର ସଭ୍ୟା ଶ୍ରୀମତି ମମତା ଶତପଥି , ୱାନ୍ ଷ୍ଟପ୍ ସେଣ୍ଟର ଅଧ୍ୟକ୍ଷ ଶ୍ରୀମତି ସୁନିତା ରଥ ଏବଂ ସୁରକ୍ଷା ଅଧିକାରୀ (ଅଣଆନୁଷ୍ଠାନିକ) ଶ୍ରୀମତି ଶ୍ରୀଦେବି ରଇତ ପ୍ରମୁଖ ଉପସ୍ଥିତ ଥିଲେ।
ଏହା ସହ ଜିଲ୍ଲାପାଳ ଶ୍ରୀ ଜଗନ୍ନାଥ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନ , ଆର୍. ସିତାପୁର କୁ ଅଚାନକ ବୁଲିଯିବା ସହ ଅନୁଷ୍ଠାନକୁ ଆବଶ୍ୟକ ହେବାକୁ ଥିବା ବିଭିନ୍ନ ପ୍ରକାର ଭିତ୍ତିଭୂମି ଉପରେ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ନିକଟରେ ଭଲ ମାର୍କ ରଖି ପାସ୍ କରିଥିବା ଦଶମ ଶ୍ରେଣୀର ଶିଶୁମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପିଲାମାନେ କିପରି ପ୍ରତିଦିନ ଯୋଗ କ୍ଲାସ୍ କରିବେ , ଶାରିରୀକ ବୃଦ୍ଧି ପାଇଁ ଯଥେଷ୍ଠ ଖେଳକୁଦର କିପରି ସୁବିଧା କରାଯିବ ଏବଂ ଆଧ୍ୟାତ୍ମିକ ଦିଗରେ ପିଲାମାନେ କିପରି ଧ୍ୟାନ ଦେବେ ତାହାରି ଉପରେ ଉପସ୍ଥିତ ଥିବା ସମସ୍ତ ସରକାରୀ କର୍ମଚାରି ଏବଂ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ।
ଏହି ସମୟରେ ଅନୁଷ୍ଠାନର ସଭାପତି ଶ୍ରୀ ହରିମୋହନ ପଟ୍ଟନାୟକ , ସଭ୍ୟ ଶ୍ରୀ ଅନାଦି ପାଣିଗ୍ରାହୀ ଓ କୋଷାଧ୍ୟକ୍ଷ ଶ୍ରୀ ଦାମୋଦର ଜେନା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post