ବେଦାନ୍ତ ଆଲୁମିନିୟମ ଝାରସୁଗୁଡା଼ର ଜିଲ୍ଲା ଜେଲକୁ ଅତ୍ୟାବଶ୍ୟକ କୁଲିଂ ସାମଗ୍ରୀ ପ୍ରଦାନ କଲା

0

ଝାରସୁଗୁଡ଼ା, ଓଡ଼ିଶା, ୧୫ ଜୁନ ୨୦୨୪: ଭାରତର ସର୍ବବୃହତ ଆଲୁମିନିୟମ ଉଦ୍ୟୋଗ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ଜିଲ୍ଲା ଜେଲକୁ କୁଲିଂ ସାମଗ୍ରୀ ଯୋଗାଇ ଦେଇଛି । ଏହି ସଂପତିରେ ୧୫ଟି ଏଆର କୁଲର, ୫୦ଟି ସିଲିଂ ଫ୍ୟାନ ଓ ୱାଟର କୁଲର ଅନ୍ତର୍ଭୁକ୍ତ । ଏହି ଅଂଚଳରେ ତାପମାତ୍ରା ବୃଦ୍ଧିକୁ ଆଖିଆଗରେ ରଖି ଜେଲର ଅନ୍ତେବାସୀଙ୍କ ସୁବିଧା ପାଇଁ କଂପାନିର ଏହି ମାନବିକ ପଦକ୍ଷେପ ଲୋକମାନଙ୍କୁ ଆରାମଦାୟକ ବ୍ୟବସ୍ଥା ପ୍ରଦାନ କରିବ । ଏହି କୁଲିଂ ସାମଗ୍ରୀ ଗୁଡ଼ିକୁ ଜିଲ୍ଲା ଜେଲ, ଝାରସୁଗୁଡ଼ାର ସୁପରିଟେଣ୍ଡେଂଟ ଲକ୍ଷ୍ମୀକାନ୍ତ ଧାଙ୍ଗଡ଼ା ମାଝିଙ୍କୁ ପ୍ରଦାନ କରାଯାଇଥିଲା ।

ଏହି ପଦକ୍ଷେପ ବିଷୟରେ ଶ୍ରୀ ସୁନିଲ ଗୁପ୍ତା, ସିଓଓ-ବେଦାନ୍ତ ଆଲୁମିନିୟମ ତଥା ସିଇଓ ବେଦାନ୍ତ ଝାରସୁଗୁଡ଼ା କହିଛନ୍ତି ଯେ ବେଦାନ୍ତରେ ଆମର ପ୍ରତଶ୍ରୁତି କେବଳ ବ୍ୟବସାୟ ପାଇଁ ନୁହେଁ ବରଂ ଆମ ଆଖପାଖରେ ଥିବା ଗୋଷ୍ଠୀଙ୍କ ପ୍ରତି ଆମର ମୌଳିକ କର୍ତବ୍ୟ ରହିଛି । ଝାରସୁଗୁଡ଼ା ଜେଲକୁ ଶୀତଳ ସାମଗ୍ରୀ ଯୋଗାଇ ଆମେ ନିଜର ସାମାଜିକ କର୍ତବ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକ।।, କ୍ରୀଡ଼ା ଓ ସଂସ୍କୃତି ପରି ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଛି ।

ବେଦାନ୍ତର ଅବଦାନକୁ ପ୍ରଶଂସା କରି ଜିଲ୍ଲା ଜେଲ, ଝାରସୁଗୁଡ଼ାର ସୁପରିଟେଣ୍ଡେଂଟ ଶ୍ରୀ ଲକ୍ଷ୍ମୀକାନ୍ତ ଧାଙ୍ଗଡ଼ା ମାଝି କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମ ଯଥା ସମୟରେ ଶୀତଳ ସାମଗ୍ରୀ ଯୋଗାଇ ଏକ ମହତ କାର୍ଯ୍ୟ କରିଛନ୍ତି । ଏହି ଅବଦାନ ଯୋଗୁ ଜେଲର ଅନ୍ତେବାସୀମାନେ ବହୁତ ଉପକୃତ ହୋଇ ପାରିବେ ।

ବେଦାନ୍ତର ଝାରସୁଗୁଡ଼ାର ସାମାଜିକ ପଦକ୍ଷେପରେ ଶିକ୍ଷା, ସ୍ୱାସ୍ଥ୍ୟ ଯତ୍ନ, ଜୀବିକା, ଦକ୍ଷତା ବିକାଶ, ତ୍ରୁଣମୂଳ କ୍ରୀଡ଼ା, କଳା ଓ ସଂସ୍କୃତି ଏବଂ ମହିଳା ଓ ଶିଶୁ କଲ୍ୟାଣ ପଦକ୍ଷେପ ପ୍ରାୟ ୮୦ଟି ଗ୍ରାମରେ ପହଁଚିଛି ଓ ଏହା ଦ୍ୱାରା ୩ ଲକ୍ଷ ଲୋକ ଉପକୃତ ହେଉଛନ୍ତି । ଏହାର ୩୫୦ରୁ ଅଧିକ ଏସଏଚଜି ମାଧ୍ୟମରେ ୫୦୦୦ ମହିଳାଙ୍କ ଉନ୍ନତି ହୋଇଛି ଓ ଦ୍ୱାରଦେଶରେ ସ୍ୱାସ୍ଥ୍ୟସେବା ସୁବିଧା ଯୋଗୁ ବର୍ଷକୁ ୫୦,୦୦୦ ଲୋକ ଉପକୃତ ହୋଇପାରୁଛନ୍ତି । ଶିକ୍ଷା କ୍ଷେତ୍ରରେ ୧୩,୦୦୦ ଛାତ୍ର ସାହାଯ୍ୟ ପାଉଥିଲାବେଳେ ଗୋଷ୍ଠୀ ସହଯୋଗରେ ୧.୫ ଲକ୍ଷ ବୃକ୍ଷ ରୋପଣ କରାଯାଇଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର୍ୟା ଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave A Reply

Your email address will not be published.