ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରଜ ପର୍ବ ପାଇଁ ସମଗ୍ର ପାରଳାଖେମୁଣ୍ଡି ସହର ଓ ଆଖପାଖ ଅଞ୍ଚଳ ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇ ଉଠିଛି। ତିନିଦିନ ଧରି ଏହି ରଜ ପର୍ବ ଅତି ଧୁମ୍ ଧାମରେ ପାଳିତ ହୋଇ ଆସିଥିବା ବେଳେ ଏଥିରେ ଛୋଟ ଝିଅ ମାନଙ୍କ ଠାରୁ ଆରମ୍ଭ କରି ଯୁବତୀ , ବିବାହିତା ଯୁବତୀ ଓ ମହିଳା ମାନେ ଏଥିରେ ସାମିଲ ହୋଇ ମସଗୁଲ ହୋଇ ପଡିଛନ୍ତି।
ପାରଳାଖେମୁଣ୍ଡି ସ୍ଥିତ ୟୁ.ଟେକ. କମ୍ପ୍ୟୁଟର ଏଡୁକେସନ ସେଣ୍ଟର୍ ଠାରେ “ପ୍ରଗତି” ମହିଳା ଅନୁଷ୍ଠାନ ପାରଳାଖେମୁଣ୍ଡି ଆନୁକୂଲ୍ୟରେ ରଜ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ମହିଳା ଓ ଝିଅ ମାନଙ୍କ ଦ୍ଵାରା ରଜ ଦୋଳି ପ୍ରତିଯୋଗିତା , ରଜ କୁଇଁନ୍ , ତର୍କ , ଝୋଟି , ନୃତ୍ୟ , ଗୀତ , ପରିବେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସାମଗ୍ରୀକ ପରିଚାଳନା ଦ୍ଵାରା ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ହନୁ ସେଠୀ , ଅଧ୍ୟକ୍ଷ ଉପ କାରାଗାର ପାରଳାଖେମୁଣ୍ଡି , ମୁଖ୍ୟ ବକ୍ତା ଶ୍ରୀ ମନୋଜ ପଟ୍ଟନାୟକ , ଅଧ୍ୟକ୍ଷ ବିନୋଦିନୀ କନିଷ୍ଠ ବିଦ୍ୟାଳୟ , ପଦ୍ମପୁର , ବିଶିଷ୍ଟ ଅତିଥି ହରୀମୋହନ ପଟ୍ଟନାୟକ ଯୋଗଦେଇ ରଜ ଉତ୍ସବର ପାଳନ ବିଧି ସମ୍ପର୍କରେ କହିଥିଲେ। ସମ୍ପାଦିକା ତନୁଜା ଶତପଥୀ , ସଂଯୋଜକ ଲୋକନାଥ ମିଶ୍ର , ସଭାନେତ୍ରୀ କଳ୍ପନା ପଟ୍ଟନାୟକ , ଅତିଥି ଅଧ୍ୟାପକ ସୌଦାଗର ସିଅ , ପଣ୍ଡିତ ନରସିଂହ ଗୌଡ , ଭାଗବତ ପାଢ଼ୀ , ସ୍ନେହା ବେହେରା , ଅଞ୍ଜନା ପଟ୍ଟନାୟକ , ମୁରଲୀଧର ପରିଚ୍ଛା ଯୋଗଦାନ କରି ରଜ ଉତ୍ସବ ସମ୍ପର୍କରେ କହିଥିଲେ।
ତର୍କ , ଝୋଟି , ନୃତ୍ୟ , ରଜ କୁଇଁନ ପ୍ରଭୃତି ପ୍ରତିଯୋଗିତାର ବିଜୟୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ସବିତା ପଣ୍ଡିତ ଧନ୍ୟବାଦ ଅର୍ପଣ କରିଥିଲେ।
ସେହିପରି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ଅନୁଷ୍ଠାନ ପକ୍ଷରୁ ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ନୂଆ କେରାଣ୍ଡି ଗ୍ରାମ ସ୍ଥିତ ଉଡ ଗ୍ରୀନ ପାର୍କ ପରିସରରେ ରଜ ପର୍ବ ଅତି ଧୁମଧାମରେ ପାଳିତ ହୋଇଯାଇଛି।
ଏହି ରଜପର୍ବ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସମେତ ନୂଆ କେରଣ୍ଡି , ବି.ସିତାପୁର , ଦେବିତି ଓ ଯାଜପୁର ଗ୍ରାମର ଯୁବତୀ , ବିବାହିତା ଯୁବତୀ ଓ ମହିଳା ମାନେ ବହୁ ସଂଖ୍ୟାରେ ସାମିଲ ହୋଇ ରଜପର୍ବ ଅତ୍ୟନ୍ତ ଆନନ୍ଦ ଓ
ଉଲ୍ଲାସରେ ପାଳନ କରିଥିଲେ। ମହିଳା ଓ ଯୁବତୀ ମାନେ ନାଲି ଅଳତା ପରସ୍ପର ମଧ୍ୟରେ ଲଗାଇବା ହେବା ସହ ହାତରେ ମେହେନ୍ଦି ମଧ୍ୟ ଲଗା ହୋଇଥିଲା।
ପରେ ସାଜସଜ୍ଜା ହୋଇଥିବା ରଜ ଦୋଳିରେ ଜଣକ ପରେ ଜଣେ ବସି ରଜ ଗୀତ ଗାଇ ତାର ମଜା ନେଇଥିଲେ । ଆମ୍ବଗଛର ବନ୍ଧା ରଜ ଦୋଳିରେ ବସି ସମସ୍ତେ ମଜା ନେଇଥିଲେ।
ଏହି ଅବସରରେ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଭିନ୍ନ ଭିନ୍ନ ପ୍ରକାରର ମିଠାପାନ , ସୁଜି କାକରା , ପୋଡ଼ ପିଠାପଣା ପ୍ରଭୃତିରେ ପରସ୍ପର ମଧ୍ୟରେ ଆପ୍ୟାୟିତ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଆକାଂକ୍ଷା ମହିଳା ସଙ୍ଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଓ ସମ୍ପାଦିକା ଶ୍ରୀମତୀ ମୀନା କୁମାରୀ ଟହଲ ନେତୃତ୍ୱ ନେଇ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଅନ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ।
ସେହିପରି ତିନିଦିନ ଧରି ଏହି ରଜ ପର୍ବ ଅତି ଧୁମ୍ ଧାମରେ ପାଳିତ ହୋଇ ଆସିଥିବା ବେଳେ ପାରଳାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦ , ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ରର ଛୋଟ ଝିଅ ମାନଙ୍କୁ ନେଇ ରଜ ଦୋଳି , ନାଚ , ଗୀତର ଆୟୋଜନ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.