-
ମୁଖ୍ୟମନ୍ତ୍ରୀ ରଖିଲେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ସହ ସୂଚନା ଓ ଲୋକସମ୍ପର୍କ, ଅର୍ଥ, ଜଳ ସମ୍ପଦ
-
ଉପମୁଖ୍ୟ କେଭି ସିଂଦେଓଙ୍କ ହାତରେ କୃଷି-କୃଷକ ସଶକ୍ତିକରଣ ଓ ଶକ୍ତି ବିଭାଗ
-
ଉପମୁଖ୍ୟ ପ୍ରଭାତୀ ପରିଡାଙ୍କୁ ମିଳିଲା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ

ଭୁବନେଶ୍ୱର: ଜୁନ ୧୨ ତାରିଖରେ ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରାମର୍ଶ କ୍ରମେ ଆଜି ରାଜ୍ୟପାଳ ରଘୁବର ଦାସ କରିଛନ୍ତି ମନ୍ତ୍ରୀ ପରିଷଦ ସଦସ୍ୟଙ୍କ ଭିତରେ ବିଭାଗ ବଣ୍ଟନ | ସରକାରଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ହାତରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ସହ ସୂଚନା ଓ ଲୋକସମ୍ପର୍କ, ଅର୍ଥ, ଜଳ ସମ୍ପଦ ଓ ଯୋଜନା ଓ ସଂଯୋଜନ ବିଭାଗ ରଖିଛନ୍ତି । ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ହାତରେ କୃଷି-କୃଷକ ସଶକ୍ତିକରଣ ଓ ଶକ୍ତି ବିଭାଗ ରହିଥିବା ବେଳେ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ମିଳିଛି ।
କାହାର କେଉଁ ବିଭାଗ
୧. ମୋହନ ଚରଣ ମାଝୀ- ଗୃହ, ଅର୍ଥ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ, ସୂଚନା ଏବଂ ଲୋକ ସମ୍ପର୍କ, ଯୋଜନା ଓ ସଂଯୋଜନ
ଉପମୁଖ୍ୟମନ୍ତ୍ରୀ
୨. କନକ ବର୍ଦ୍ଧନ ସିଂହଦେଓ- କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି
୩. ପ୍ରଭାତୀ ପରିଡ଼ା- ମହିଳା ଏବଂ ଶିଶୁ କଲ୍ୟାଣ, ମିଶନ ଶକ୍ତି, ପର୍ଯ୍ୟଟନ
କ୍ୟାବିନେଟ୍
୪. ସୁରେଶ ପୂଜାରୀ- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
୫. ରବି ନାରାୟଣ ନାଏକ- ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ-ପାନୀୟ ଜଳ
୬. ନିତ୍ୟାନନ୍ଦ ଗଣ୍ଡ- ବିଦ୍ୟାଳୟ ଓ ଗଣଶିକ୍ଷା, ଏସଟି/ଏସସି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ
୭. କୃଷ୍ଣଚନ୍ଦ୍ର ପାତ୍ର- ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ
୮. ପୃଥ୍ୱୀରାଜ ହରିଚନ୍ଦନ- ଆଇନ, ପୂର୍ତ୍ତ, ଅବକାରୀ
୯. ଡ. ମୁକେଶ ମହାଲିଙ୍ଗ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି
୧୦. ବିଭୂତି ଭୂଷଣ ଜେନା- ବାଣିଜ୍ୟ ଓ ପରିବହନ, ଇସ୍ପାତ ଏବଂ ଖଣି
୧୧. ଡ. କୃଷ୍ଣଚନ୍ଦ୍ର ମହାପାତ୍ର- ଗୃହ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ
ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ)
୧୨. ଗଣେଶ ରାମ ସିଂଖୁଣ୍ଟିଆ- ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ
୧୩. ସୂର୍ଯ୍ୟବଂଶୀ ସୂରଜ- ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଯୁବ ବ୍ୟାପାର, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି
୧୪. ପ୍ରଦୀପ ବଳସାମନ୍ତ- ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ-ହସ୍ତଶିଳ୍ପ
୧୫. ଗୋକୁଳାନନ୍ଦ ମଲ୍ଲିକ- ମତ୍ସ୍ୟ ଏବଂ ପଶୁସମ୍ପଦ ବିକାଶ,ଏମଏସଏମଇ
୧୬. ସମ୍ପଦ ଚରଣ ସ୍ୱାଇଁ- ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା