ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ରେ ଥିବା ରକ୍ତ କେନ୍ଦ୍ରକୁ ଭଞ୍ଜନଗର ଉପଖଣ୍ଡ ସହିତ କନ୍ଧମାଳ ଏବଂ ନୟାଗଡ଼ର ଅନେକ ରୋଗୀ ନିର୍ଭର କରିଥାନ୍ତି । ଆବଶ୍ୟକ ହେଉଥିବା ରକ୍ତ ବିଭିନ୍ନ ସାମାଜିକ ଅନୁଷ୍ଠାନ, ସରକାରୀ ସଂସ୍ଥା, ଧାର୍ମିକ ଓ ଶିକ୍ଷାନୁଷ୍ଠାନ ଦ୍ୱାରା ଆୟୋଜିତ ଶିବିରରୁ ସଂଗୃହୀତ ହୋଇଥାଏ । କିନ୍ତୁ ଏତିକି ଯଥେଷ୍ଟ ନୁହେଁ । ଖରାଦିନେ ଆବଶ୍ୟକ ହେଉଥିବା ରକ୍ତର ଅଭାବ ରୋଗୀମାନଙ୍କୁ ମରଣ ମୁହଁକୁ ଠେଲି ଦେଇଥାଏ । କିଛି ହାତ ଗଣତି ଅନୁଷ୍ଠାନ ହିଁ ବର୍ଷ ସାରା ଶିବିର ଆୟୋଜନ କରିଥାନ୍ତି ତେଣୁ ଆବଶ୍ୟକ ଅନୁସାରେ ନୂତନ ରକ୍ତଦାତା ସୃଷ୍ଟି ହୋଇପାରୁ ନାହାନ୍ତି । ସଚେତନତା ହିଁ ଗୋଟିଏ ମାଧ୍ୟମ ଯଦ୍ୱାରା ନୂତନ ରକ୍ତଦାତା ସୃଷ୍ଟି ହୋଇପାରିବେ । କିନ୍ତୁ ବର୍ଷସାରା ପ୍ରଶାସନ ତରଫରୁ କୌଣସି ସଚେତନତା ଅଭିଯାନ କରାଯାଉନାହିଁ । ଅପରପକ୍ଷରେ ଯେଉଁମାନେ ରକ୍ତ ପ୍ରଦାନ କରିଥାନ୍ତି ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମଧ୍ୟ ପ୍ରଶାସନର ଚେଷ୍ଟା ନାହିଁ । ଯୁବ ଗୋଷ୍ଠୀମାନେ କିପରି ଭାବେ ରକ୍ତଦାନ କରିବା ପାଇଁ ଆଗକୁ ଆସିବେ ସେଥିପାଇଁ ସଚେତନତା ହିଁ ଗୋଟିଏ ମାତ୍ର ରାସ୍ତା । ରକ୍ତର କୌଣସି ବିକଳ୍ପ ନାହିଁ । ରକ୍ତଦାତା ସୃଷ୍ଟି ହେଲେ ହିଁ ଏହାର ଅଭବା ପୂରଣ ହୋଇପାରିବ । କେବଳ ବିଶ୍ୱ ରକ୍ତଦାତା ଦିବସ ପାଳନ କଲେ ରକ୍ତଦାତା ସୃଷ୍ଟି ହେବେ ନାହିଁ ବୋଲି ଅନେକେ ଅନୁଷ୍ଠାନ ପ୍ରକାଶ କରିଛନ୍ତି।।
ପ୍ରକାଶଥାଉକି ଚଳିତ ୨୦୨୪ ଜୁନ୍ ମାସ ଶୁକ୍ରବାର ଦିନ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ ଏବଂ ସମ୍ମାନିତ ଅତିଥି ଭାବେ ମେଡ଼ିକାଲ ସୁପରିଟେଣ୍ଡଡ଼ ଡ଼କ୍ଟର ସିଂତାଶୁ ଶେଖର ଶତପଥୀ ଯୋଗଦେଇଥିଲେ । ଡ଼କ୍ଟର ବି. ପ୍ରଣବା ନନ୍ଦ ପାତ୍ର ସ୍ୱାଗତ ଭାଷଣ ଦେଇଥିବା ସମୟରେ ଅତିଥିମାନଙ୍କୁ ଆହ୍ୱାନ କରିଥିଲେ ମେଡ଼ିକାଲର ମ୍ୟାନେଜର ବିଚିତ୍ରାନନ୍ଦ ପାଣିଗ୍ରାହୀ । ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସମାଜସେବୀ ଶୂଳପାଣି ଶତପଥୀ ।
Sign in
Sign in
Recover your password.
A password will be e-mailed to you.