ଜଗତସିଂହପୁର,ତା-୧୪.୦୬.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶଙ୍କ ଅଧକ୍ଷତାରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି I ଏହି ଦିବସରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ଯୋଗଦେଇ କହିଲେ ରକ୍ତଦାନ ହେଉଛି ଏକ ମହତ ଦାନ। ଜନସାଧାରଣ ଙ୍କ ସୁବିଧା ନିମନ୍ତେ ଆବଶ୍ୟକତା ଅନୁସାରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ରେ ସମସ୍ତ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ।ପ୍ରତିବର୍ଷ ଜୁନ 14 ତାରିଖରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଆସୁଅଛି।ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବାର୍ତ୍ତା ଓ ସ୍ଲୋଗାନର ସହ ଆୟୋଜିତ ହୋଇଥିଲା I ତାପରେ ଜ଼ିଲ୍ଲା ରକ୍ତ ଭଣ୍ଡାରଠାରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ,ଏହି ଶିବିରକୁ ମାନ୍ୟବର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଉଦ୍ଘାଟନ କରିଥିଲେ I 2019 ମସିହାରୁ 2023 ଜୁନ 14 ତାରିଖ ଭିତରେ ଯେଉଁମାନେ ବର୍ଷକୁ ଏକାଧିକବାର ରକ୍ତଦାନ କରିଥିଲେ ଓ ଯେଉଁମାନେ ଆୟୋଜକ ବିଭିନ୍ନ ସଂଗଠନଙ୍କୁ ସମ୍ମାନିତ କରିବାକୁ ଏକ ସଭା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ଆୟୋଜନ କରାଯାଇ ସେମାନଙ୍କୁ ଯଥାକ୍ରମେ ରକ୍ତବୀର ଓ ବିପଦର ବନ୍ଧୁ ଭାବେ ସାଟିଫିକେଟ ଓ ପୁଷ୍ପଗୁଚ୍ଛ ଦେଇ ମାନ୍ୟବର ବିଧାୟକ ସମ୍ମାନିତ କରିଥିଲେ I ଉକ୍ତ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି, ସଂଗଠନ ଆଦି ଯୋଗଦାନ କରିଥିଲେ I ଉକ୍ତ ସଭାରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ପାଳନର ଆବଶ୍ୟକତା ଓ ରକ୍ତଦାନ କରିବାରେ ସହଯୋଗ ନିମନ୍ତେ ସଚେତନତାକୁ ବ୍ୟାପକ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ I ଯାହାଦ୍ୱାରା ଆମେ ରକ୍ତ ଅଭାବରୁ କାହାର ମୂଲ୍ୟବାନ ଜୀବନକୁ ନଷ୍ଟ ହବାକୁ ଦେବା ନାହିଁ ବୋଲି ସଂକଳ୍ପ କରିବା ଓ ସହଯୋଗ ଜାରି ରଖିବାକୁ ଆହ୍ୱାନ କରିଥିଲେ I ଏ .ଡି .ଏମ. ଓ ଡାକ୍ତର ସରୋଜ ଜେନା ମଧ୍ୟ ନିଜ ଅଭିଭାଷଣରେ ଏ ବର୍ଷର ବାର୍ତ୍ତା ” ରକ୍ତ ଦାନର 20 ବର୍ଷ ପୂର୍ତ୍ତି ପାଳନ ଅବସରରେ ଧନ୍ୟବାଦ ସମସ୍ତ ରକ୍ତଦାତାଙ୍କୁ ” ଉପରେ ବକ୍ତବ୍ୟ ରଖିଥିଲେ ଯେ ଏହା ଏକ ମହତ ଦାନ, ତେଣୁ ଆମେ ସମସ୍ତଙ୍କୁ ଊସ୍ଛାହିତ କରିବା ,ଯେମିତିକି ଦୁର୍ଘଟଣା ଭଳି ବିପଦ ହେଉ ଅବା ଗରିବ ଅସହାୟ ଲୋକଟିଏ ହେଉ ,ଗର୍ଭବତୀ ହେଉ, ପ୍ରସୂତି ହେଉ କି ଥାଲାସେମିଆ ରୋଗରେ ପୀଡିତ ଶିଶୁ ହେଉ କେହି ଯେମିତି ଟୋପାଏ ରକ୍ତ ପାଇଁ ଜୀବନ ନ ଦେଉ ଏହା ଆମର ଆଜି ଦିନର କାମନା ହେଉ I ବ୍ଳଡ଼ ବ୍ୟାଙ୍କ ଅଫିସର ଡାକ୍ତର ପ୍ରିୟନ୍ତ ମେହେର ସଚେତନତା ଦ୍ୱାରା ରକ୍ତଦାନ କଲେ କିଛି ଅସୁବିଧା ହୁଏ ନାହିଁ , ଡରିବାର କିଛି ନାହିଁ ,ଏଭଳି ମହତ କାର୍ଯ୍ୟ ପାଇଁ ସମସ୍ତେ ଆଗେଇ ଆସିବା ଦରକାର ବୋଲି କହିଥିଲେ I ଉକ୍ତ ରକ୍ତଦାନ ଶିବିରକୁ ଜ଼ିଲ୍ଲା ରେଡ କ୍ରସ , ରୋଟାରି କ୍ଳବ ,ମାରୁଆଡି ଯୁବ ମଞ୍ଚ ଭୁବନେଶ୍ୱର, ହସ୍ପିଟାଲ ମ୍ୟାନେଜର ସଚିନ ସାହୁ ,ସସ୍ମିତା ସାହୁ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ର କର୍ମଚାରୀମାନେ ସମସ୍ତଙ୍କ ସହଯୋଗରେ ସଫଳ ହୋଇଥିଲା I ଡେପୁଟି ମ୍ୟାନେଜେର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ ଓ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I
ଉକ୍ତ ସଭାରେ ମହିମା ସ୍କୁଲ ଅଫ ନର୍ସିଂର ଛାତ୍ରଛାତ୍ରୀ, ଆଶାକର୍ମୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ରକ୍ତଦାତା, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.
Next Post