ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଚଳିତ ଜୁନ ମାସ ୧୮ ଓ ୧୯ ତାରିଖ ଦିନ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ମକଡ୍ରିଲ ଅନୁଷ୍ଠିତ ହେବ। ଏହାର ପରିଚାଳନା କରିବା ନେଇ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗଜପତି ଜିଲ୍ଲା ସବୁ ସମୟରେ ବିପର୍ଯ୍ୟୟର ମୁକାବିଲା କରି ଜନଜୀବନ ସୁରକ୍ଷା ଦେଇ ଆସୁଛି। ବିପର୍ଯ୍ୟୟ କେତେବେଳେ ଆସିବ କେହି କହିପାରିବେ ନାହିଁ କିନ୍ତୁ ପୂର୍ବ ସୂଚନା ପାଇବା ପରେ ଯଦି ସେଗୁଡିକର ପରିଚାଳନା ସଠିକ୍ କରିବା ତେବେ ବିପର୍ଯ୍ୟୟର ମୁକାବିଲା କରିପାରିବା। ଏହି ବିପର୍ଯ୍ୟୟର ମୁକାବିଲା ଦିଗରେ ଆମ୍ଭ ମାନଙ୍କୁ ପୂର୍ବ ପ୍ରସ୍ତୁତି କରିବାର ଅଛି। ଯଦି, ସଠିକ୍ ପ୍ରସ୍ତୁତି ଥିବ ଏବଂ ମୁକାବିଲା ଦିଗରେ ଆମେ ପୂର୍ବରୁ ପ୍ରଶିକ୍ଷଣ ନେଇଥିବା ତେବେ ବିପର୍ଯ୍ୟୟର ମୁକାବିଲା ସହଜସାଧ୍ୟ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।
ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ପ୍ରଦୋଷ କୁମାର ଶତପଥୀ ଜିଲ୍ଲାରେ ହେବାକୁ ଥିବା କାର୍ଯ୍ୟ ଖସଡା ସମ୍ପର୍କରେ ପ୍ରାଞ୍ଜଳ ଭାବେ ଅବଗତ କରାଇଥିଲେ। ଆଗକୁ ବର୍ଷା ଦିନ ଆସିବାର ଅଛି , ସମ୍ଭାବ୍ୟ ବିପର୍ଯ୍ୟୟ ଗୁଡିକର ମୁକାବିଲା କରିବା ଦିଗରେ ଆମ ମାନଙ୍କ ପାଖରେ ରହିଥିବା ସମ୍ବଳ ଗୁଡିକ କିପରି ଉପ ଯୋଗୀ କରିବା ସେ ସମ୍ପର୍କରେ ପ୍ରସ୍ତୁତି ଅଭ୍ୟାସ ବା ମକଡ୍ରିଲ୍ କରିବା ଜରୁରୀ। ପ୍ରସ୍ତୁତି ଅଭ୍ୟାସର ସଠିକ୍ ପରିଚାଳନା କରିବା ନିମନ୍ତେ ଚଳିତ ମାସ ୧୮ ଓ ୧୯ ତାରିଖ ଦିନ ପ୍ରତି ବର୍ଷ ପରି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଅଭ୍ଯାସ କରାଯିବ। ଆମ ପାଖରେ ରହିଥିବା ମାନବ ସମ୍ବଳର ଉପଯୋଗ , ଗଚ୍ଛିତ ଥିବା ଯନ୍ତ୍ରାଂଶର ବ୍ୟବହାର , ଜନସାଧାରଣଙ୍କ ବହୁମୂଲ୍ୟ ଜୀବନ ଓ ପଶୁ ସମ୍ପଦର ସୁରକ୍ଷା ନିମନ୍ତେ ରହିଥିବା କୋଠାବାଡିର ଉପଯୋଗ ଇତ୍ୟାଦି କିଭଳି କରିବା ସେଗୁଡିକର ପ୍ରଶିକ୍ଷଣ ଏହି ଦୁଇଦିନ ଅନୁଷ୍ଠିତ ହେବ।
ବନ୍ୟା , ବାତ୍ୟା , ବିଜୁଳି , ପାଣିରେ ବୁଡିଯିବା , ସାପ କାମୁଡିବା ଇତ୍ୟାଦି ବିପର୍ଯ୍ୟୟର ମୁକାବିଲା ସକାଶେ ପୂର୍ବ ପ୍ରସ୍ତୁତି ଅପରିହାର୍ଯ୍ୟ। ତେବେ ଯାଇ ଆମେ ସୁରକ୍ଷିତ ରହିବା ଏବଂ ଅନ୍ୟ ଜୀବନକୁ ମଧ୍ୟ ସୁରକ୍ଷା ଦେଇପାରିବା।
ସେହି ସମସ୍ତ ଉପକରଣ ଗୁଡିକର ବ୍ୟବହାର ଉପଯୋଗୀ କରିବା ସହିତ ପୂର୍ବରୁ ସଜାଡି ରଖିବାର ଆବଶ୍ୟକତା ରହିଛି। ସେହିପରି ଆଗକୁ ବର୍ଷା ଆସୁଥିବା ହେତୁ ପାରଳାଖେମୁଣ୍ଡି ପୌର ପରିଷଦ ଓ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ସମସ୍ତ ବ୍ଲକ ଓ ଗ୍ରାମ୍ୟ ପଞ୍ଚାୟତ ଗୁଡିକରେ ରହିଥିବା ନାଳ , ନର୍ଦ୍ଦମା ଗୁଡିକର ସଫେଇ କରିବା ନିମନ୍ତେ ଜିଲ୍ଲାପାଳ ଉପସ୍ଥିତ ଥିବା ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ।
ଆଜିର ଏହି ବୈଠକରେ ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍ କୁମାର , ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍.ଆନନ୍ଦ , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ପ୍ରକଳ୍ପ ପ୍ରଶାସକ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା , ପାରଳାଖେମୁଣ୍ଡି ଶ୍ରୀ ଦିଲ୍ଲୀପ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର , ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ , ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ , ଅଧ୍ୟକ୍ଷା ସମେତ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.