ଗୀତିକବି ସ୍ୱର୍ଗତ ମୁକୁନ୍ଦ ପାଢୀଙ୍କ ୧୫୩ତମ ଜୟନ୍ତୀ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ମୁକୁନ୍ଦ ପାଢୀ ସ୍ମୃତି ସଂସଦ ଆନୁକୁଲ୍ୟରେ ପାରଳାର ପ୍ରାଚୀନ ଗୀତିକବି ସ୍ୱର୍ଗତ ମୁକୁନ୍ଦ ପାଢୀଙ୍କ ୧୫୩ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ସଂସଦର ସଭାପତି ଭାରତ ଭୂଷଣ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ବିରେନ୍ଦ୍ର କୁମାର ଦାସ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିବା ବେଳେ ବିଶିଷ୍ଟ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , କବିଙ୍କ ପୌତ୍ର ତଥା ଜଟଣୀ ଶାଖା ସେଂଚୁରିୟାନ୍ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଇଂ.ଜଗନ୍ନାଥ ପାଢୀ , କବିଙ୍କ ପୌତ୍ର ତଥା ସଂସଦର ସଂପାଦକ ଭାଗବତ ପାଢୀ , ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଆଶାଲତା ପାଣିଗ୍ରାହୀ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ରହି କବିଙ୍କର ଅଷ୍ଟାଦଶ ତଥା ଉନବିଂଶ ଶତାବ୍ଦୀର ଗୁରୁ ସଂଗୀତର ପ୍ରାଧାନ୍ଯତା ତଥା ସାବଲୀଳ ଶବ୍ଦର ସଂଯୋଜନା ଯାହା ତାଙ୍କର ରାଧାକୃଷ୍ଣ ପ୍ରେମ ସମ୍ବନ୍ଧୀୟ ଆଧାରିତ ଲିଖିତ ନିଜର “ରାଧାକୃଷ୍ଣ ପ୍ରେମାମ୍ରୁତ ସିନ୍ଧୁରେ ଲିପିବଦ୍ଧ କରିଛନ୍ତି। ପ୍ରତ୍ୟେକ ସଂଗୀତ ପ୍ରକୃତିର ରୂପରେଖକୁ ଆଚ୍ଛାଦିତ କରିଛି। କବିଙ୍କ ଲିଖନୀ ଶୈଳୀ ଅତି ଉଚ୍ଚକୋଟୀର ହୋଇପାରିଛି ବୋଲି କହିଥିଲେ। ଇତିଶ୍ରୀ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସଂଯୋଜନା କରିଥିଲେ ଓ ଶଶୀଭୂଷଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଗଜପତି କଳା ପରିଷଦର ଗୁରୁ ନୃସିଂହ ପ୍ରସାଦ ପାଢ଼ୀ , ନୃତ୍ୟଶିଳ୍ପୀ ଡି. ପ୍ରିୟଙ୍କା , ଯୁବ ଗବେଷକ ବିଷ୍ଣୁମୋହନ ଅଧିକାରୀ , ପ୍ରଗତି ର ସମ୍ପାଦିକା ତନୁଜା ଶତପଥି , ଭକ୍ତି ସଂଗୀତ ସଂସଦ ରାଜେନ୍ଦ୍ର ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ନିଗ୍ଧାରାଣୀ ମିଶ୍ର , ଅଞ୍ଜନା ପଟ୍ଟନାୟକ ମାନପତ୍ର ପଠନ କରିଥିଲେ।
ସଭାକାର୍ଯ୍ୟ ପରେ କବିଙ୍କ ଲିଖିତ ଗୀତ ଗୁଡ଼ିକୁ ଗଜପତି କଳା ପରିଷଦର କଳାକାର ମାନେ ଗାନ କରିଥିଲେ।
ବିଚିତ୍ରାନନ୍ଦ ବେବର୍ତ୍ତା , ବିନୋଦ ଚନ୍ଦ୍ର ଜେନା , ମୁରଲୀଧର ପରିଚ୍ଛା , ଶରତଚନ୍ଦ୍ର ସାହୁ , ବିଷ୍ଣୁ ପଣ୍ଡା ଏବଂ ତ୍ରିପତି ପ୍ରସାଦ ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ କବିଙ୍କର ପରିବାର ସମେତ ବହୁ ବୃଦ୍ଧିଜୀବୀ ଯୋଗଦାନ କରିଥିଲେ।

Leave A Reply

Your email address will not be published.