ବେଲଗୁଣ୍ଠାରେ ବ୍ୟାଡମିଣ୍ଟନ୍ ପ୍ରଶିକ୍ଷଣ ଶିବିର ଉଦଯାପିତ

0

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଗ୍ରୀଷ୍ମ କାଳୀନ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର -୨୦୨୪ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରଟି ଏକମାସ ଧରି ଚାଲିଥିଲା । ପ୍ରଶିକ୍ଷକ ବିକ୍ରମ କେଶରୀ ପଣ୍ଡାଙ୍କ ସୂଚନା ମୁତାବକ ଶିବିରରେ ୮ ବର୍ଷ ରୁ ୧୬ ବର୍ଷ ବୟସର ୩୯ ଜଣ ପ୍ରଶିକ୍ଷାର୍ଥି ଅଂଶ ଗ୍ରହଣ କରିଥିଲେ। ଉଦଯାପନୀ ଉତ୍ସବରେ ଅତିଥି ଭାବେ ସୁତୁମୁସର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ଡା ପବିତ୍ର କୁମାର ସାହୁ ଏବଂ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ କ୍ରୀଡାବିତ୍ ମାନସ ରଞ୍ଜନ ରାଉଳ ଯୋଗ ଦେଇ କୁନି କୁନି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଆଗାମୀ ଦିନରେ ଏହି ଅଞ୍ଚଳରୁ ପ୍ରଶିକ୍ଷଣ ନେଇ ଜିଲ୍ଲା ତଥା ରାଜ୍ୟ ସ୍ତର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ କ୍ରୀଡାବିତ୍ ମାନେ ଶ୍ରେଷ୍ଠ ପ୍ରଦର୍ଶନ କରି ନିଜ ଗାଁ ମାଟି ପାଇଁ ସୁନାମ ଅର୍ଜନ କରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ସାହୁ ପ୍ରକାଶ କରିଥିଲେ। ଉଦଯାପନୀ ଉତ୍ସବରେ ଉପସ୍ଥିତ ଥିବା ସମସ୍ତ ଅଭିଭାବକ ତଥା ଅଞ୍ଚଳ ବାସୀଙ୍କୁ ଅତିଥି ଶ୍ରୀ ରାଉଳ ଏହି କୁନି କୁନି ପ୍ରତିଭା ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କର ପାଠ ପଢ଼ା ସାଙ୍ଗକୁ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ବିକାଶ କରିବାରେ ଧ୍ୟାନ ଦେବା ପାଇଁ ଅନୁରୋଧ କରିଥିଲେ। ପ୍ରଶିକ୍ଷକ ଶ୍ରୀ ପଣ୍ଡା ଉକ୍ତ ଉତ୍ସବର ପରିଚାଳନା କରିବା ସହିତ ପିଲା ମାନଙ୍କ ଉତ୍ତରୋତ୍ତର ଭବିଷ୍ୟତର କାମନା କରିଥିଲେ। ଶେଷରେ ଜିମ ପ୍ରଶିକ୍ଷକ ପବିତ୍ର ପ୍ରସାଦ ପତି ଉପସ୍ଥିତ ସମସ୍ତ ଅତିଥି, ଅଭିଭାବକ, ଏବଂ ଷ୍ଟାଡିୟମ୍ ର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଆଗାମୀ ଦିନରେ ଅଧିକ ପିଲାଙ୍କ ଉତ୍ସାହ ବଢେଇବା ପାଇଁ ପ୍ରଚେଷ୍ଟା ଜାରି ରଖିବା ବୋଲି ମତ ପ୍ରକାଶ କରି ଉକ୍ତ ଉତ୍ସବକୁ ସମାପ୍ତ ଘୋଷଣା କରିଥିଲେ।

Leave A Reply

Your email address will not be published.