ରାୟଗଡ:-ତା.୧୩/୦୬-ରାୟଗଡ ଜିଲ୍ଲା ସ୍ଥରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତ ବୈଠକ ଆଜି ଜିଲ୍ଲାପାଳ ରାୟଗଡ,ଶ୍ରୀ ମନୋଜ ସତ୍ୟବାନ ମହାଜାନଙ୍କ ଅଧ୍ୟକ୍ଷତlରେ ଟେବୁଲଟପ ବୈଠକ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ତ୍ରିନାଥ ମାଝୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ଗୁଣୁପୁର ଶ୍ରୀମତୀ କିରଣଦୀପ କୌର ସାହାଟେ, ଉପଜିଲ୍ଲାପାଳ ରାୟଗଡ, ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେଵୀ,ଜିଲ୍ଲା ସ୍ଥରୀୟ ଅଧିକାରୀ ମାନେ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ,ଅଗ୍ନିଶମ ବିଭାଗ,ବିଦ୍ୟୁତ ବିଭାଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାରମାନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଏହି ବୈଠକରେ ବିଶେଷ କରି ବର୍ଷାଦିନେ ସମ୍ବାବ୍ୟ ବନ୍ୟା ଓ ବତ୍ୟାର କିପରି ମୁକାବିଲା କରାଯାଇପାରିବ ସେଥିନିମନ୍ତେ ପ୍ରଦର୍ଶନୀ ଓ ମୋକ ଡ୍ରିଲ କିପରି ଭାବରେ ଆୟୋଜନ କରାଯିବ ସେଥିପାଇଁ ବିସ୍ତ୍ରୁତଭାବେ ଆଲୋଚନା କରିଥିଲେ l ଓଡିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜିର ଏହି ଜିଲ୍ଲା ସ୍ଥରୀୟ ବୈଠକରେ ଆଲୋଚନା କରାଯାଇଥିଲା l ଆସନ୍ତା ତା ୧୮/୦୬/୨୪ରିଖଦିନ ଜିଲ୍ଲା ସଦର ମହକୁମା ଓ ପ୍ରତ୍ୟେକ ବ୍ଳକରେ ଟେବୁଳ ଟୋପ ବୈଠକରେ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଉପରେ ବିଭିନ୍ନ ବିଭାଗ ସହିତ ଆଲୋଚନା କରାଯିବ ଏବଂ ଅଗ୍ନୀଶମ୍ମ ବିଭାଗ ତରଫରୁ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧରେ ପ୍ରଦର୍ଶନ କରିବେ ବୋଲି ଅତିରିକ୍ତଜିଲ୍ଲାପାଳ ଶ୍ରୀ ଜିଲ୍ଲାପାଳ ଶ୍ରୀ ମହାଜନ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ଆସନ୍ତା ୧୯/୦୬/୨୪ରିଖଦିନ ଜିଲ୍ଲାର ତିନୋଟି ବହୁମୂଖୀ ଆଶ୍ରୟ ସ୍ଥଳି ଯଥା ରାୟଗଡ ବ୍ଲକର ହାଟ ଶେଷଖାଲ ,ବିଷମ କଟକ କୁଟ୍ରାଗଡ଼ ଏବଂ ଗୁଣପୁରର ବିକ୍ରମପୁର ଠାରେ ମୋକ ଡ୍ରିଲ ଆୟୋଜନ କରାଯିବ l ଏହି ମୋକ ଡ୍ରିଲ ନିମନ୍ତେ ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳି ଅଂଚଳର ପରିଚାଳକ, ସ୍ଥାନୀୟ ଜନସାଧାରଣ, ସରପଂଚ, ସ୍ବେଚ୍ଛାସେବୀ, ଅଗ୍ନିଶମ ବିଭାଗ, ଆଦିଙ୍କୁ ସାମିଲ କରିବେ l ଅଗ୍ନିଶମ ବିଭାଗ ପକ୍ଷରୁ ମୋକ ଡ୍ରିଲ ପ୍ରଦର୍ଶନ କରି ଲୋକମାନଙ୍କୁ ସଚେତନ କରିବେ l ଏଥିପାଇଁ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ବିଡିଓ ମାନେ ସଂମନ୍ଵୟ ବୈଠକ ଡାକି ବିଭିନ୍ନ ବିଭଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବେ l
Sign in
Sign in
Recover your password.
A password will be e-mailed to you.