ନୂଆଦିଲ୍ଲୀ, ଜୁନ୍ ୧୩, ୨୦୨୪: କାର୍ବନ ଫୁଟ୍ ପ୍ରିଣ୍ଟ ହ୍ରାସ କରିବା ଦିଗରେ ପ୍ରୟାସ ପାଇଁ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ କୁ ୨୦୨୨-୨୩ ବର୍ଷ ପାଇଁ “ସିଡିପି ଜଳବାୟୁ (କ୍ଳାଇମେଟ)” ପୁରସ୍କାର ପ୍ରଦାନ କରାଯାଇଛି । ଆନ୍ତର୍ଜାତୀୟ ରେଟିଂ ଏଜେନ୍ସି – କାର୍ବନ ଡିସକ୍ଲୋଜର ପ୍ରୋଜେକ୍ଟ (ସିଡିପି) ରିଲାଏନ୍ସ ଜିଓକୁ ଏହାର ଉଦ୍ୟମ ପାଇଁ ‘ଏ’ ରେଟିଂ ପ୍ରଦାନ କରିଛି । ୨୦୧୯ ପରଠାରୁ ଜିଓ ପ୍ରଥମ ଥର ପାଇଁ ‘ଏ’ ରେଟିଂ ପାଇଛି । ଭାରତୀୟ ଟେଲିକମ୍ କ୍ଷେତ୍ରର ଦ୍ୱିତୀୟ ବୃହତ୍ତମ କମ୍ପାନୀ ଭାରତୀ ଏୟାରଟେଲ୍କୁ ‘ବି’ ରେଟିଂ ମିଳିଛି ।
ସିଡିପି ‘ଏ’ ରେଟିଂ କେବଳ ସେହି କମ୍ପାନୀମାନଙ୍କୁ ଦିଆଯାଇଥାଏ ଯାହା ପରିବେଶ କ୍ଷେତ୍ରରେ ନେତୃତ୍ୱ ଦେଖାଇଥାଏ । ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ନଷ୍ଟ ହେବା ଏବଂ ଜଳ ନିରାପତ୍ତା ଭଳି ପ୍ରସଙ୍ଗରେ କମ୍ପାନୀକୁ ଏହାର କାର୍ଯ୍ୟ ଏବଂ କାର୍ଯ୍ୟପ୍ରଣାଳୀ ସିଡିପିକୁ ସୂଚିତ କରିବାକୁ ପଡିଥାଏ । ଏହା ସହିତ କମ୍ପାନୀମାନଙ୍କୁ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ଏବଂ ଜଳ ସମସ୍ୟାକୁ ହ୍ରାସ କରିବା ପାଇଁ ରଣନୀତି ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବାକୁ ପଡିଥାଏ ।
ଜିଓ ମୁଖପାତ୍ର କହିଛନ୍ତି, “କାର୍ବନ ଫୁଟ୍ ପ୍ରିଣ୍ଟ ହ୍ରାସ କରିବାରେ ରିଲାଏନ୍ସ ଜିଓ ନେତୃତ୍ୱର ଦୂରଦୃଷ୍ଟି ଏବଂ ପ୍ରତିବଦ୍ଧତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଜିଓକୁ ଦିଆଯାଇଥିବା ‘ଏ’ ଗ୍ରେଡ୍ ସ୍ଥିରତା ଏବଂ ଦାୟିତ୍ୱସଂପନ୍ନ କାର୍ଯ୍ୟଧାରା ପ୍ରତି ଏହାର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି ।”
ରେଟିଂ ସମ୍ପର୍କରେ ସିଡିପି ପକ୍ଷରୁ ପ୍ରକାଶ କରାଯାଇଛି ଯେ “ଯେଉଁ କମ୍ପାନୀଗୁଡିକ ‘ଏ’ ରେଟିଂ ପାଇଛନ୍ତି ସେମାନେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ସବୁଠାରୁ ସଚେତନ ଏବଂ ପାରଦର୍ଶୀ । ଆମର ମୂଲ୍ୟାୟନ ପରିବେଶର ପ୍ରମୁଖ ମାନକଗୁଡିକୁ ରେଖାଙ୍କିତ କରୁଛି ଏବଂ ଏହି ତଥ୍ୟରୁ ଆପଣ କମ୍ପାନୀଗୁଡିକ ମଧ୍ୟରେ ଏକ ତୁଳନାତ୍ମକ ଅଧ୍ୟୟନ କରିପାରିବେ ।”
‘ସିଡିପି ଜଳବାୟୁ’ ପୁରସ୍କାର ବ୍ୟତୀତ ରିଲାଏନ୍ସ ଜିଓ “ସିଡିପି ସପ୍ଲାୟର ଏନଗେଜମେଣ୍ଟ” ରେ ମଧ୍ୟ ‘ଏ’ ରେଟିଂ ପାଇଛି ।
Sign in
Sign in
Recover your password.
A password will be e-mailed to you.