ରଥଯାତ୍ରା ତଥା ଘୋଷ ଯାତ୍ରା ଉପଲକ୍ଷେ ଗୁଣପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରଥଯାତ୍ରା ତଥା ଘୋଷ ଯାତ୍ରା ଉପଲକ୍ଷେ ଗୁଣପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ମନ୍ଦିର କାର୍ଯ୍ୟାଳୟ ରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ପ୍ରାରମ୍ଭ ରୁ କାର୍ଯ୍ୟାଳୟ ରେ ଥିବା ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ଜ୍ଵଳନ କରଯାଇ କାର୍ଯ୍ୟକ୍ରମ ପ୍ରାରମ୍ଭ କରଯାଇଥିଲା l ଉପଜିଲ୍ଲାପାଳ ସୁଶ୍ରୀ କିରଣ କୋର୍ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଦେବୋତ୍ତର ବିଭାଗ ଅଧିକାରୀ ତଥା ତହସିଲଦାର ଶ୍ରୀମତୀ ଳିଲାବତୀ ଆଚାର୍ଯ୍ୟ, ନବ ନିର୍ବାଚିତ ବିଧାୟକ୍ ସତ୍ୟଜିତ୍ ଗମାଙ୍ଗ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼, ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼, ରଥଯାତ୍ରା କମିଟି ର ସମ୍ପାଦକ ଶ୍ରୀ ନିରଞ୍ଜନ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ l ଚଳିତ ବର୍ଷ ରଥ ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବ ଏବଂ ଅୟୋଜିତ ବୈଠକ ରେ ଜଗନ୍ନାଥ ମହାପ୍ରଭୁ ଙ୍କ ଲାଗି ଥିବା ମୁକୁଟ ର ପୁନଃ ଗଠନ, ରଥ ନିର୍ମାଣ, ନୀତିକାନ୍ତି, ଟ୍ରାଫିକ ସମସ୍ଯା ନିୟନ୍ତ୍ରଣ, ଭକ୍ତ ନିମନ୍ତେ ପାନୀୟ ଜଳ ଯୋଗାଣ, ରାସ୍ତା ର ଆଲୋକୀକରଣ ଓ ମୀନା ବଜାର, ଉଠା ଦୋକାନ ଗୁଡିକୁ ଟେଣ୍ଡର ପ୍ରକ୍ରିୟା ରେ ସାମିଲ କରିବା ଭଳି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଏକ ବିସ୍ତୃତ ଆଲୋଚନା କରାଯାଇଥିଲା l ଉକ୍ତ କାର୍ଯ୍ୟ ବହୁ ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଓ ସାମ୍ବାଦିକ ବନ୍ଧୁ ଗଣ ଉପସ୍ଥିତ ଥିଲେ l ବୈଠକ ଶେଷରେ ମଞ୍ଚାସୀନ ସମସ୍ତ ଅତିଥି ବୃନ୍ଦ ଙ୍କୁ ରଥ ଯାତ୍ରା ପରିଚାଳନା କମିଟି ପକ୍ଷରୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନୀତ କରଯାଇଥିଲା l ଶେଷରେ ଗୁଣପୁର ଅତିରିକ୍ତ ତହସିଲଦାର ଶ୍ରୀ ଅଂଶୁମାନ ପରିଡା ଧନ୍ୟବାଦ୍ ଅର୍ପଣ କରିଥିଲେ l

 

Leave A Reply

Your email address will not be published.