ମାଁ ବ୍ରାହ୍ମଣ ଦେବୀଙ୍କୁ ସାବିତ୍ରୀ ଭାର ଅର୍ପଣ କଲେ ଯୁବଗୋଷ୍ଠୀ ।

0

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ବେଲଗୁଣ୍ଠାର ଅଧୁଷ୍ଠାତ୍ରୀ ଦେବୀ ତଥା ବାଉଁଶ ବଣର ରାଣୀ ମାଁ ବ୍ରାହ୍ମଣ ଦେବୀଙ୍କୁ ସାବିତ୍ରୀ ଭାର ଦେଇ ଆସିଛନ୍ତି ବେଲଗୁଣ୍ଠା ର ଯୁବ ଗୋଷ୍ଠୀ ।ବୁଧବାର ଦିନ ସନ୍ଧ୍ୟା ୫ ଘଣ୍ଟା ସମୟରେ ଘଣ୍ଟ, ମୃଦଙ୍ଗର ତାଳେ ତାଳେ ବେଲଗୁଣ୍ଠାର ମେଇନ୍ ରୋଡ଼ ଠାରୁ ବାହାରି କୋଳି ସାହି,ବଡ଼ଦାଣ୍ଡ ସାହି,ଭଗବତ ପାଟଣା ଦେଇ ଭାର ମାଁ ଙ୍କ ପୀଠରେ ପହଞ୍ଚି ଥିଲା ।ସେଠାରେ ମାଁ ବ୍ରାହ୍ମଣ ଦେବୀଙ୍କୁ ନୁତନ ଲୁଗା, ଶଙ୍ଖା,ଚୁଡ଼ି, ସିନ୍ଦୂର,ପାନିଆ,ପଣସ,ନଡିଆ, କଦଳୀ, ଆମ୍ବ,ତାଳ, ଖଜୁରୀ କୋଳି ପରି ଫଳ ଅର୍ପଣ କରାଯାଇ ବାପଘର ସାବିତ୍ରୀ ଯୋଗାଡ ପରି ପରମ୍ପରା ସମ୍ପନ୍ନ କରାଯାଇଥିଲା ।ପ୍ରକାଶ ଥାଉ କି, ମାଁ ବ୍ରାହ୍ମଣ ଦେବୀ ନିଜ ବାପ ଘରକୁ ପ୍ରତି ଦୁଇବର୍ଷରେ ଥରେ ଆସନ୍ତି ଯାହା କି ପୁଣି ୨୦୨୫ ଅକ୍ଷୟ ତୃତୀୟାକୁ ଆସିବେ । ତେଣୁ ଏହି ଯୁବଗୋଷ୍ଠୀ ତରଫରୁ ଏ ବର୍ଷ ସାବିତ୍ରୀ ଭାର ମାଁ ଙ୍କ ପୀଠରେ ଅର୍ପଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମନ୍ଦିର ସେବକ ମାନସ ରଞ୍ଜନ ପତି,ଅମର ନାଥ ପାତ୍ର, ମନୋଜ କୁମାର ମହାରଣା,ସନ୍ତୋଷ କୁମାର ସ୍ୱାଇଁ,ବସନ୍ତ କୁମାର ମାହୁନ୍ତ, ମଣ୍ଟୁ ସେଠୀ,ଲକ୍ଷ୍ମୀ ନୃସିଂହ ମହାରଣା, ଭବାନୀ ଶଙ୍କର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଏହି ପବିତ୍ର ପରମ୍ପରା ସମ୍ପନ୍ନ କରିଥିଲେ ।

Leave A Reply

Your email address will not be published.