ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ବିଜେପି ର ବାଜିମାତ ।

0

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପକ୍ଷରୁ ବିଧାୟକ ପ୍ରତିଦ୍ବନ୍ଦ୍ବିତା କରୁଥିଲେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ,ଆଉ ଏହାର ଫଳାଫଳ ବାବଦରେ ବିବରଣୀ ଅନୁଶୀଳନ କରିବା ସମୟରେ ଦେଖିବାକୁ ମିଳିଥିଲା ଯେ ତାଙ୍କ ର ନିକଟତମ ପ୍ରତିଦ୍ବନ୍ଦୀ ଠାରୁ ୨୨୯୩୦ ଭୋଟ ରେ ଅଗ୍ରଣୀ ହୋଇ ବିଜୟ ହାସଲ କରିପାରିଛନ୍ତି। ରାଣୀ ସାହେବଙ୍କ ଦୀର୍ଘ ୫୦ ବର୍ଷ ର ବିଜେଡି ଦୁର୍ଗ ଭାଙ୍ଗି ଚୁରମାର ହୋଇ
ମାଟିରେ ମିଶିଗଲା । ଜନସାଧାରଣ ବିଜେଡି ର ୨୫ ବର୍ଷ ଧରି ଶାସନ କାଳରେ ଅତିଷ୍ଠ ହୋଇ ନିଜର ପଟ ପରିବର୍ତ୍ତନ କରିଥିବାର ଦୃଶ୍ୟ ସାମ୍ନା ଆସିଛି। ଆଜିର ଏ ଅଵସର ରେ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ବାସଭବନ ରେ ବିଜେପି ର ସମର୍ଥକ ତଥା ଅନ୍ୟାନ୍ୟ କର୍ମୀ ମାନଙ୍କ ସମାବେଶ ଦେଖିବାକୁ ମିଳିଛି। ଶହଶହ ବିଜେପି ପ୍ରେମୀ ହାତରେ ଫୁଲ ତୋଡା ଓ ଫୁଲ ମାଳ ଧରି ଛୁଟି ଛନ୍ତି ସ୍ବାଗତ ସମ୍ବର୍ଦ୍ଧନା ଜଣାଇବାକୁ ନବନିର୍ବାଚିତ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କୁ , ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ବାସଭବନ ମୁଖରିତ ହୋଇ ଉଠୁ ଥିବା ବେଳେ ଏବେ ସେ ମନେ ପକାଉଛନ୍ତି, ସ୍ବର୍ଗତ ଦିଲ୍ଲୀପ ପାହାନ ଙ୍କ ବଳିଷ୍ଠ ତ୍ୟାଗ ର ପ୍ରମାଣ ସ୍ବରୂପ ବିଜେପି ର ବିଜୟ । ସେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି ଯେ, ଆମର ବିଜୟର ଉତ୍ସବ ପାଳନ ହେବ ଶ୍ରୀ କୃଷ୍ଣ ଶରଣ ପୁରରେ ରାମଚନ୍ଦ୍ର ପ୍ରଧାନ ଙ୍କ ବାସଭବନ ରେ, ଯେହେତୁ ରାମଚନ୍ଦ୍ର ପ୍ରଧାନ ଙ୍କ ପୁତ୍ର ସ୍ବର୍ଗତ ଦିଲ୍ଲୀପ ପ୍ରଧାନ ଆମର ବିଜେପି ପାଇଁ ନିଜକୁ ବଳିଦାନ ଦେଇଛନ୍ତି। ସେ ଅବସରରେ ନିରାଡମ୍ବର ରେ ବିଜେପି ର ବିଜୟ ଟିକା ର ଅଧିକାରୀ ସ୍ବର୍ଗତ ଦିଲ୍ଲୀପ ପ୍ରଧାନ ଙ୍କୁ ସମର୍ପଣ ଜଣାଇ ଉତ୍ସବ ପାଳନ ହେବ।

Leave A Reply

Your email address will not be published.