ଜଗତ ଜନନୀ ମାଁ ଙ୍କ ଦର୍ଶନ ପରେ ପାଇକମାଲ ରେ ବର୍ଷା ଙ୍କୁ ଭବ୍ୟ ସ୍ୱାଗତ ।

0

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଗତ କାଲି ସାଧାରଣ ନିର୍ବାଚନ ର ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବା ପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରୁ ବିଜୟ ଲାଭ କରିଥିବା ବିଜୁ ଜନତା ଦଳର ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ସିଂ ବରିହା ଆଜି ପବିତ୍ର ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ନିକଟରେ ଅବସ୍ଥିତ ଜଗତ ଜନନୀ ମାଁ ବିନ୍ଧ୍ୟବାସିନୀ ଙ୍କର ମନ୍ଦିର କୁ ନିଜର ଶଶୁର ପୂର୍ବତନ ବିଧାୟକ ଶ୍ରୀ ରମା ରଞ୍ଜନ ବଳିୟାର ସିଂ ଙ୍କ ସହିତ ପହଞ୍ଚି ମାଁ ଙ୍କ ପବିତ୍ର ଦର୍ଶନ କରିଥିଲେ । ମାଁ ଙ୍କ ମନ୍ଦିର ପ୍ରାଙ୍ଗଣ କୁ ବିଧାୟିକା ପହଂଚିବା ପରେ ବିଂଝାଲ ସମାଜ ର ସଭାପତି ଓ ସମାଜ ର ଅନେକ କର୍ମକର୍ତ୍ତା ମନେ ବିଧାୟିକା ଙ୍କୁ ସମାଜ ର ରୀତିନୀତି ଅନୁସାରେ ସ୍ୱାଗତ କରିବା ସହିତ ମନ୍ଦିର କୁ ପାଛୋଟି ନେଇଥିଲେ । ଆଜି ମାଁ ଙ୍କ ପୀଠ ରେ ସମାଜ ତରଫରୁ ଏକ ସ୍ୱତନ୍ତ୍ର ପୂଜା ର ଆୟୋଜନ କରାଯାଇଥିଲା । ଜଗତ ଜନନୀ ମାଁ ଙ୍କୁ ପ୍ରଣାମ କରିବା ପରେ ବିଧାୟିକା ସମାଜ ର ସମସ୍ତ ଗୁରୁଜନ ଓ ଉପସ୍ଥିତ ମାଁ ଭଉଣୀ ମାନଙ୍କୁ ପ୍ରଣାମ କରିବା ସହିତ ସେମାନଙ୍କୁ ଏହି ବିଜୟ ପାଇଁ କୃତଜ୍ଞତା ଜଣାଇଥିଲେ । ସନ୍ଧ୍ୟା ସମୟରେ ପାଇକମାଲ ବିଜୁ ଜନତା ଦଳ ତରଫରୁ ପାଇକମାଲ ପୂର୍ତ୍ତ ବିଭାଗ ର ଡାକବଙ୍ଗଳା ନିକଟରେ ଭବ୍ୟ ସ୍ୱାଗତ ସତ୍କାର କରାଯାଇଥିଲା । ଏହାପରେ ଅନେକ ସ୍ଥାନୀୟ ବାସିନ୍ଦା ବିଧାୟିକା ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ । ସନ୍ଧ୍ୟା ସମୟରେ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ବିଧାୟିକା ନେଇ ଏକ ଶୋଭାଯାତ୍ରା ରେ ବାହାରି ପାଇକମାଲ ର ବିଭିନ୍ନ ପଡ଼ା କୁ ଯାଇ , ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସମସ୍ତ ଅଞ୍ଚଳ ବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ।ଏହି କାର୍ଯ୍ୟକ୍ରମ ରେ ପାଇକମାଲ ବିଜୁ ଜନତା ଦଳର ବ୍ଲକ ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ , ଯୁବ ସଭାପତି ଗୌତମ ସିଂ , ବରିଷ୍ଠ ଶ୍ରୀ ହୃଦାନନ୍ଦ ବାରିକ ଓ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ସଧାରଣ ଲୋକ ସାମିଲ ଥିଲେ ।

Leave A Reply

Your email address will not be published.