ଭୁବନେଶ୍ୱର :ଆଦିତ୍ୟ ଆଲୁମିନିୟମ,ବନ୍ୟ ବିଭାଗ ରେଙ୍ଗାଲି ଓ ଆଞ୍ଚଳିକ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ଼ ସହାଭାଗିତାରେ, ଚଳିତ ବର୍ଷର ବିଶ୍ଵ ପରିବେଶ ଦିବସ, ସ୍ଥାନୀୟ ଆର. ଆର. କଲୋନୀ, ପଣ୍ଡୋଲଇ ଠାରେ ଆଡମ୍ବର ସହକାରେ ଆୟୋଜିତ ହୋଇଅଛି I ମୂର୍ତ୍ତିକା ସଂରକ୍ଷଣ, ଵୃକ୍ଷ ରୋପଣ ତଥା ମରୁଡି ନିୟନ୍ତ୍ରଣର ବିଷୟ ବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ, ଶ୍ରୀମତୀ ସୁଜାତା ପଟେଲ, ବନ ବିଭାଗୀୟ ଅଧିକାରୀ, ସୁନିତା ଗାରଡିଆ, ବନ ସୁରକ୍ଷା ଅଧିକାରୀ, ଡ଼ଃ.ସତ୍ୟ ନାରାୟଣ ନନ୍ଦ, ଶ୍ରୀ ରାକେଶ କୁମାର ପଣ୍ଡା, ଶ୍ରୀ ମନୋରଞ୍ଜନ ପ୍ରଧାନ, ଅଞ୍ଚଳିକ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ଶ୍ରୀ ବିଶ୍ଵକାନ୍ତ ପ୍ରଧାନ, ଶ୍ରୀମତୀ ଅଂଶୁମାନ ମିଞ୍ଜ,ସୁଶ୍ରୀ ସବିତା ପଟେଲ, ପ୍ରକଳ୍ପ ସଂଯୋଜିକା ଯୋଗଦାନ କରି ବ୍ୟାପକ ଵୃକ୍ଷ ରୋପଣ ଦ୍ୱାରା ମନୁଷ୍ୟ ସମାଜ ତଥା ଜୀବ ଜଗତର ସଂରକ୍ଷଣ ସମ୍ଭବ ହୋଇପାରିବା ସହିତ ଜୀବନ ଜୀବିକା ଅର୍ଜନ ରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ |
ବର୍ତମାନ ସମୟରେ ମୂର୍ତ୍ତିକା ସଂରକ୍ଷଣ ଓ ଏହାର ସଠିକ ପରିଚାଳନା , ସୁସ୍ଥ ପରିବେଶ ଓ ସୁସ୍ଥ ଜୀବନ ପାଇଁ ଏକାନ୍ତ ପ୍ରଯୁଜ୍ୟ. ଶ୍ରୀମତୀ ସୁଜାତା, ଗୋଟିଏ ବୃକ୍ଷ କୋଟିଏ ଜୀବନର ଆଧାରର ଉଦାହରଣ ଦେଇ, ପ୍ରତ୍ୟେକ ଅଂଶଗ୍ରହଣକାରିଙ୍କୁ ଵୃକ୍ଷ ରୋପଣ ନିମନ୍ତେ ପ୍ରବାର୍ତ୍ତାଇଥିଲେ. ଛାତ୍ରଛାତ୍ରୀ ମାନଙ୍କୁ ନେଇ, ଚିତ୍ରାଙ୍କନ, ସ୍ଲୋଗାନ ପ୍ରତିଯୋଗିତା ଆୟୋଜନ କରା ଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା. ଆଦିତ୍ୟ ଆଲୁମିନିୟମ ତରଫରୁ, ସ୍ମେଲଟର ମୁଖ୍ୟ ଶ୍ରୀ କମଳାକାନ୍ତ ପାଣ୍ଡେ, ସିପିପି ମୁଖ୍ୟ ଶ୍ରୀ ଗୁଲସନ ତିୱାରୀ, ମାନବ ସମ୍ବଳ ମୁଖ୍ୟ ଶ୍ରୀ ବିନୋଦ ନନ୍ଦ ଠାକୁର,ପରିବେଶ ବିଭାଗୀୟ ଅଧିକାରୀ ଶ୍ରୀ ଲଳିତ ଚରଣ,ଶ୍ରୀ ଅଚ୍ୟୁତ ମେହେର, ଅନୁତୋଷ ମଜୁମଦାର, ଉଦୟ ରାଉତ,ଶଙ୍କିତ ଯାଦବ ତଥା ଏଫ. ଆର. ପି. ବିଭାଗୀୟ ଅଧିକାରୀ ବୃନ୍ଦ ଯୋଗଦାନ କରି ପରିବେଶ ସଂକ୍ରାନ୍ତୀୟ ଆଲୋଚନା ଚକ୍ରରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବI ସହ ଵୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l ଆଗାମୀ ବନ ମହୋତ୍ସବ ରେ ବ୍ୟାପକ ଭାବେ ବୃକ୍ଷରୋପଣ କରାଯିବାର ନିଷ୍ପତି ନେବା ସହିତ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 120 ରୁ ଉର୍ଧ୍ୱ କଲୋନୀବାସୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଶ୍ରୀମତୀ ସ୍ୱପ୍ନା ଵେଶନ, ଅଙ୍ଗନବାଡି କର୍ମୀ, ତରୁଲତା କିଷାନ ଆଶା କର୍ମୀ ସକ୍ରିୟ ଭାବେ ସହଯୋଗ କରିଥିଲେ. ପାରିପାର୍ଶ୍ଵିକ ଉନ୍ନୟନ ବିଭାଗୀୟ ମୁଖ୍ୟ ଶ୍ଵେତା ଉପାଧ୍ୟାୟ, ଓ ଶ୍ରୀ ମନୋରଞ୍ଜନ ବେହେରା, ସହ ପ୍ରବନ୍ଧକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନତIରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଆୟୋଜିତ ହୋଇ ସ୍ଥାନୀୟ ଜନ ମାନସରେ ପ୍ରଶଂସା ଲାଭ କରିପାରି ଥିଲା l