ଗୁଣପୁର ବିଧାୟକ ଭାବେ ନିର୍ବାଚିତ ହେଲେ କଂଗ୍ରେସ ର ସତ୍ୟଜିତ ଗମାଙ୍ଗ।

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ୧୫ ବର୍ଷପରେ ଗୁଣପୁର ରେ କଂଗ୍ରେସ ନିଜ କ୍ଷମତାକୁ ଫେରିଛି । ଦଳିୟ ପ୍ରାର୍ଥୀ ଯୁବ ନେତା ସତ୍ଯଜିତ୍ ଗମାଙ୍ଗ ଗୁଣପୁର ବିଧାନସଭା ଆସନ୍ ରେ ଆଜି ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡି ପ୍ରାର୍ଥୀ ରଘୁନାଥ ଗମାଙ୍ଗ ଙ୍କ ଠାରୁ ୨୯୮୮୫ ହଜାର ଭୋଟ ବ୍ଯବଧାନରେ ସେ ବିଜୟ ଲାଭ କରିଛନ୍ତି। ଏଠାରେ କାମ ଦେଲାନି କଂଗ୍ରେସ ର ବିଦ୍ରୋହୀ ପ୍ରାର୍ଥୀ ମାନଙ୍କ ଭୂମିକା । କଂଗ୍ରେସ ପ୍ରାର୍ଥୀ ଙ୍କୁ ଏକ ପାଖିଆ ଭାବେ ଭୋଟ ମିଳିଛି। କଂଗ୍ରେସ ର ସତ୍ଯଜିତ୍ ଙ୍କୁ ୭୭୬୩୭ ହଜାର ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ରଘୁନାଥ ଙ୍କୁ ୪୭୭୫୨ ଓ ବିଜେପି ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ ଙ୍କୁ ୨୧୮୦୮ ଖଣ୍ଡ ଭୋଟ ମିଳିଛି। ଅନ୍ଯପକ୍ଷେ କଂଗ୍ରେସ ରୁ ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଭାସ୍କର ଜାଗାରାଙ୍ଗା ଙ୍କୁ ୨୧୦୧ ଓ ସ୍ବାଧିନ ଭାବେ ଲଢିଥିବା ରାମନାଗୁଡା ବ୍ଲକ ଅଧ୍ଯକ୍ଷ ରବି ଶଙ୍କର ଗମାଙ୍ଗ ଙ୍କୁ ୧୫୬୦ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହବାକୁ ପଡିଛି। ଆଜିର ଏହି ବିଜୟ ପରେ କଂଗ୍ରେସ ମହଲରେ ଉତ୍ସାହ ଦେଖା ଦେଇଥିବା ବେଳେ ସବୁଠାରୁ ଅଧିକ ଉତ୍ସାହ ଦେଖିବାକୁ ମିଳିଛି ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡଙ୍କ ଶିବିରରେ । ଏଥର ସତ୍ଯଜିତ୍ ଙ୍କ ପାଇଁ ଗୁଣପୁର ନିର୍ବାଚନ ମଣ୍ଡଳୀ ର ପ୍ରଚାରର ମଙ୍ଗ ଶିବ ହିଁ ଧରିଥିଲେ। ପୁରା ନିଜର ଶକ୍ତି ସାମର୍ଥ୍ୟ କୁ ବାଜିରେ ଲଗେଇ ମୈଦାନକୁ ଓଲ୍ଲାଇଥିଲେ ଶ୍ରୀ ଗୌଡ଼ । ତେବେ ପୁରୀର ବାଣ ବିଷ୍ପୋରଣ ର ଦୁଃଖଦ ଘଟଣା ପାଇଁ ନିରାଡାମ୍ବର ଭାବେ ନୂଆକରି ଜିତିଥିବା ସତ୍ଯଜିତ୍ ଙ୍କ ସହ ଶିବ ଗୌଡ ଓ ରାମନାଗୁଡା ବ୍ଲକର କଂଗ୍ରେସ ଜିଲ୍ଲା ପରିଷଦ ସଭ୍ଯ ତାଙ୍ଗୁଡୁ ଶ୍ରୀଧର ମିଳିତ ଭାବେ ଏକ ଖୋଲାଜିପ୍ ରେ ସହରରେ ଶୋଭାଯାତ୍ରା କରିଥିଲେ।

 

Leave A Reply

Your email address will not be published.