ପାରାଦ୍ଵୀପ: ସୁଶାନ୍ତ ବଡୋଇ ଯିଏ କି ପାରାଦ୍ଵୀପ ବନ୍ଦର ରେ ଏକ ହାଇୱା ଚାଳକ ଭାବେ କାର୍ଯ କରୁଥିଲେ। ନିକଟ ଅତୀତ ରେ ବନ୍ଦର ମଧ୍ୟ କୁ ମାଛ ଧରିବାକୁ ଯାଇଥିବା ବେଳେ ଏକ ଦୁର୍ଘଟଣା ର ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ଅକାଳ ବିୟୋଗ ତାଙ୍କ ପରିବାର ଓ ବନ୍ଧୁ ମହଲ ରେ ଶୋକ ର ଛାୟା ଖେଳାଇ ଦେଇ ଥିଲା , ତାଙ୍କର ଏହି ଆକସ୍ମିକ ବିୟୋଗ ରେ ଭାଙ୍ଗି ପଡ଼ି ଥିଲେ ୭୩ ବର୍ଷୀୟା ମା ସୁନେଇ ବାଡେଇ ଓ ପତ୍ନୀ ମମତା ମଣ୍ଡଳ। ଭାଗ୍ୟ ର ବିଡମ୍ବନା ଯେ ସୁଶାନ୍ତ ଙ୍କ ମୃତ୍ୟୁ ଦିନ ତାଙ୍କ ର ଏକ କନ୍ୟା ସନ୍ତାନ ଜନ୍ମ ନେଇ ଥିଲା।
ତାଙ୍କ ପରିବାର ର ଏହି ପ୍ରତିକୂଳ ପରିସ୍ଥିତି ରେ ସହାୟତା ର ହାତ ବଢ଼ାଇ ଥିଲେ ଓଡ଼ିଶା କୃଷି ଶିଳ୍ପ ନିଗମ ର ଉପାଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ବେଜ, ନିଜର ମାସିକ ଦରମା ରୁ ୧୦୦୦୦/- ଟଙ୍କା ର ଏକ ଚେକ୍ ସୁଶାନ୍ତ ଙ୍କ ମା ଙ୍କୁ ପ୍ରଦାନ କରିଥିଲେ ଏବଂ ନବଜନ୍ମିତ ଶିଶୁ କନ୍ୟା ର ସମସ୍ତ ଶିକ୍ଷା ର ଖର୍ଚ୍ଚ ୟୋର୍ସ ଚାରିଟେବୁଲ ଟ୍ରଷ୍ଟ ମାଧ୍ୟମ ରେ ବହନ କରିବାର ପ୍ରତିଶ୍ରୁତି ଦେଇ ଥିଲେ। ଏହି ପରିପ୍ରେକ୍ଷୀରେ ଡକ୍ଟର ଵେଜ୍ ଙ୍କ ସହ ସ୍ଥାନୀୟ ୱାର୍ଡ ମେମ୍ବର ଜୟନ୍ତୀ ମଦେଳି, ଅମିତ୍ କୁମାର ପଟ୍ଟନାୟକ,ଦୀପ୍ତି ରଞ୍ଜନ ସାହୁ,ଅଭିମନ୍ୟୁ ଦଳେଇ, ରଞ୍ଜିତ ରାୟ, ନରେଶ ସାହୁ , ଏସ୍.କେ. ସବିର ଆଲୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.