ଭଞ୍ଜନଗର ର ବି.ଜେ.ଡି ଗଡକୁ ଭାଙ୍ଗିଲେ ବି.ଜେ.ପି ର ପ୍ରଦ୍ୟୁମ୍ନ

0

ଭଞ୍ଜନଗର /ଉଦୟନାଥ ପଣ୍ଡା : ଭଞ୍ଜନଗର ସହରର ଦୀର୍ଘ ୩୦ ବର୍ଷ ର ବିଜେଡି ଗଡକୁ, ଭାରତୀୟ ଜନତା ଦଳ ଭଞ୍ଜନଗର ଭଞ୍ଜନଗର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକ ଭାଂଗି ଚୁରମାର୍ କରିଦେଇଛନ୍ତି। ଗତ ଦୀର୍ଘ ୩୦ ବର୍ଷ ହେବ ଭଞ୍ଜନଗର ସହରରେ ୬ ଥର ନିରବଚ୍ଛିନ୍ନ ଭବେ ବିଧାୟକ ରୁପେ ବିଭିନ୍ନ ଉଚ୍ଚ ରାଜନୈତିକ ପଦପଦବୀରେ ରହି କାର୍ଯ୍ୟ ତୁଲାଇ ଆସୁଥିବା ବିଧାୟକ ବିକ୍ରମ କେଶରୀ ଆରୁଖ ଙ୍କୁ ବିପକ୍ଷ ଦଳ ଭାରତୀୟ ଜନତା ଦଳ (ବିଜେପି) ପ୍ରାର୍ଥୀ ଶ୍ରୀ ପ୍ରଦ୍ୟୁମ୍ନ ନାୟକ ଆଜି ବିପୁଳ ଭୋଟ ବ୍ୟବଧାନରେ ପରାଜୟର ସ୍ବାଦ ଚଳାଇଛନ୍ତି। ଯାହାଫଳରେ ବିଜୁଜନତା ଦଳର ଦୁର୍ଗ କୁହାଯାଉଥିବା ଭଞ୍ଜନଗର ଆଜି ପଦ୍ମମୟ ହୋଇଯାଇଛି ଓ ଜୟ୍ ଶ୍ରୀରାମ୍ ନାରାରେ ପ୍ରକମ୍ପିତ ହୋଇଉଠିଛି। ଏହା କେବଳ ସମ୍ଭବ ହୋଇଛି ଦିନରାତି କାର୍ଯ୍ୟ କରିଥିବା ଦଳୀୟ କର୍ମୀ ଓ ଦେଶର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କୁ ଭଲପାଉଥିବା ସାଧାରଣ ଜନତାଙ୍କ ଆଶ୍ରୀବାଦ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ। ଗତ ମେ ମାସ ୧୯ ତାରିଖ ୨୦୨୪ ମଙ୍ଗଳବାର ଦିନ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଗଣତି ମାଧ୍ୟମରେ ନିର୍ବାଚନ ଫଳ ପ୍ରକାଶ କରାଯାଇଥିଲା। ଏବଂ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳା ର ସହିତ ଗଣତି କାର୍ଯ୍ୟ ସମାପନ ହୋଇ ସମୁଦାୟ ୧୯ ରାଉଣ୍ଡ ଗଣତିରେ ବିଜେଡି ପ୍ରାର୍ଥୀ ବିକ୍ରମ ୬୬୯୫୪ ଭୋଟ ପାଇଥିବା ବେଳେ ଭାରତୀୟ ଜନତା ଦଳ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ୮୦୫୧୯ ଖଣ୍ଡ ଭୋଟ ପାଇ ୧୬୧୨୭ ଖଣ୍ଡ ଭୋଟରେ ମହାବିଜୟ ଲାଭ କରିଥିଲେ। ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜୟଲାଭ କରିଥିବା ବିଜେପି ପ୍ରାର୍ଥୀ ଶ୍ରୀ ପ୍ରଦ୍ୟୁମ୍ନ ସାମ୍ବାଦିକ ବନ୍ଧୁ ଙ୍କ ମାଧ୍ୟମରେ କଥା ଦେଇଛନ୍ତି ଯେ, ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରେ ଥିବା ୧୧ ଗୋଟି ଡାକ୍ତର ଖାନା ର ଡ଼ାକ୍ତର ସମାସ୍ୟା ଦୁରକରିବା ସହିତ ଶିକ୍ଷା, ଚାଷ, ଓ ଜଳ କଷ୍ଟକୁ ଦୁର କରିବେ।

Leave A Reply

Your email address will not be published.