ନବରଙ୍ଗପୁର/.ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ପୋଲିସ କୁ ମିଳିଲା ବଡ ସଫଳତା । ଡକାୟତି ଘଟଣା ରେ ଜଡିତ ଅଭିଯୋଗ ରେ ଗିରଫ ହେଲେ ପୋଲିସ ବିଭାଗ ରେ କାର୍ଯ୍ୟରତ କନେଷ୍ଟବଳ । କୋରାପୁଟରେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ସୋନୁ ଯାନୀ ଙ୍କ ସହ ଗିରଫ ହେଲେ ୧୧ ଅଭିଯୁକ୍ତ । ଏନେଇ ପ୍ରେସମିଟ ରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସ୍ପି । ଜିଲ୍ଲାର ବିଶିଷ୍ଟ ବ୍ୟବସାୟୀ ତଥା ବରିଷ୍ଠ ବିଜେଡି ନେତା ସୁନୀଲ ସାହୁ ଙ୍କ ନବରଙ୍ଗପୁର ଥାନା ଅନ୍ତର୍ଗତ ଡଙ୍ଗରଭେଜା ସ୍ଥିତ ପୈତୃକ ବାସଭବନ ରେ ଭଡା ରେ ଥିବା ଦମ୍ପତି ଙ୍କୁ ବନ୍ଧୁକ ମୁନ ରେ ଭୟଭିତ କରି ଲୁଟ କରିବା ଅଭିଯୋଗ ରେ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଲା ନବରଙ୍ଗପୁର ପୋଲିସ । ଏନେଇ ନବରଙ୍ଗପୁର ଥାନା ରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ନବରଙ୍ଗପୁର ଏସ୍ପି ରୋହିତ ବର୍ମା । ଗତ ମେ ୧୪ ତାରିଖ ରାତିରେ ରେ ସୁନୀଲ ସାହୁ ଙ୍କ ଡଙ୍ଗରଭେଜା ସ୍ଥିତ ପୈତୃକ ବାସଭବନ ରେ ତାଲା ଭାଙ୍ଗି ଆଠ ଜଣ ଦୁର୍ବୁର୍ତ୍ତ ଘର ଭିତରକୁ ପଶି ଥିଲେ । ସେଥିମଧ୍ୟରୁ ଛଅ ଜଣ ଙ୍କ ହାତ ରେ ବନ୍ଧୁକ ଓ ଅନ୍ୟ ଦୁଇ ଜଣ ଙ୍କ ହାତରେ ଖଣ୍ଡା ଧରି ଭଡା ରେ ଥିବା ରୋହିତ ବେହେରା ଓ ତାଙ୍କ ପତ୍ନୀ ଙ୍କୁ ବନ୍ଧୁକ ମୁନ ରେ ଧମକ ଦେଇ ସୁନା ଗହଣା ଅଳଙ୍କାର ଓ କିଛି ଟଙ୍କା ଲୁଟ କରି ନେଇଥିଲେ । ଏନେଇ ଡଙ୍ଗରଭେଜା ଫାଣ୍ଡି ରେ ଏତଲା ଦାୟର କରାଯାଇଥିଲା । ଏତଲା ଆଧାରରେ ପୋଲିସ ମାମଲା କୁ ଗୁରତର ସହ ନେଇ ଏସ୍ପି ଙ୍କ ନିର୍ଧେଶ କ୍ରମେ ଏସ୍ଡିପିଓ ଓ ନବରଙ୍ଗପୁର ଥାନା ଧିକାରୀ ଙ୍କ ନେତୃତ୍ୱ ରେ ଏକ ସ୍ପେଶାଲ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ । ସେଥିମଧ୍ୟରୁ ୧୧ ଜଣ କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳ ର ହୋଇଥିବା ବେଳେ ୨ ଜଣ ନବରଙ୍ଗପୁର ଜିଲ୍ଲାର ହୋଇଥିବା ଏସ୍ପି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଙ୍କ ମଧ୍ୟରେ ଜୟପୁର ଥାନା ଅନ୍ତର୍ଗତ ତଳସାହିର ଶିବ ଶଙ୍କର ହରିଜନ , ଜୟପୁର ଥାନା ଅନ୍ତର୍ଗତ ତେଲିଆ ର ବିକାଶ ହରିଜନ, ଜୟପୁର ଥାନା ଅନ୍ତର୍ଗତ ଉମୁରି ର ବିକାଶ ହରିଜନ, ଜୟପୁର ଥାନା ଅନ୍ତର୍ଗତ ହାଟପଦା ସାହି ର ସଞ୍ଜୟ ବେନିଆ, ଜୟପୁର ହାଟପଦା ସାହି ର ବିରେନ୍ଦ୍ର ଟାକ୍ରି , ଜୟପୁର ଖ୍ରୀଷ୍ଟିଆନ ପେଟା ସାହି ପଞ୍ଚମ ଲାଇନ ର ଆକବର ଗରଡ଼ା , କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଅନ୍ତର୍ଗତ ଭୁସଙ୍ଗଗୁଡା ର ଆନନ୍ଦ ହରିଜନ, ନବରଙ୍ଗପୁର ସହର ସେନାପତି ସାହି ର ଜନ ଯତୀନ ସୁନା , ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ମରାଳି ଗ୍ରାମର ବିରଞ୍ଚି ମହାନନ୍ଦିଆ , କୋରାପୁଟ ଜିଲ୍ଲା ସିଙ୍ଗପୁର ଥାନା ଅନ୍ତର୍ଗତ ବୋଡିଗାଁ ର ସୋନୁ ଯାନୀ , ଜୟପୁର ଥାନା ଅନ୍ତର୍ଗତ ମୁନିଗୁଡା ଗ୍ରାମର ସୁଶାନ୍ତ କନ୍ଧପାନ , ଜୟପୁର ଥାନା ଅନ୍ତର୍ଗତ ହାଟପଦା ସାହି ର ମୋହନ ସାଗର ଓ ଜୟପୁର ଥାନା ଅନ୍ତର୍ଗତ ଭୁପତି ସାହି ର ଏଲ ଅଶୋକ କୁମାର ରହିଛନ୍ତି । ସେମାନଙ୍କ ଠାରୁ ୨୮.୪ ଗ୍ରାମ ସୁନା, ୩୦୦ ଗ୍ରାମ ରୁପା, ତିନୋଟି ବାଇକ, ଦୁଇଟି ଖେଳନା ବନ୍ଧୁକ, ଦୁଇଟି ଛୁରୀ, ଫେସ ମାସ୍କ , ଆଇରନ ରୋଡ଼, ୧୨ ଟି ମୋବାଇଲ ଫୋନ ଜବତ କରିବା ସହ ୧୨ ଜଣ ଡକାୟତ ଓ ଜଣେ ସୁନାରୀ କୁ ଗିରଫ କରିଛି ନବରଙ୍ଗପୁର ପୋଲିସ ।
Sign in
Sign in
Recover your password.
A password will be e-mailed to you.