ବଜ୍ରାଘାତରେ କତିଙ୍ଗିଆ ଛକର ଜଣେ ମହିଳାଙ୍କ ମୃତ୍ୟୁ

0 1

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): ସ୍ଥାନୀୟ ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର କତିଙ୍ଗିଆ ଛକର ଜଣେ ମହିଳା ବଜ୍ରାଘାତରେ ମୃତ୍ୟୁବରଣ କରି ଥିବା ଦେଖିବାକୁ ମିଳିଛି I ପ୍ରାପ୍ତ ସୂଚନା ଅନୁସାରେ କତିଙ୍ଗିଆ ଛକ ନିବାସୀ ମନୋଜ କୁମାର ପ୍ରଧାନଙ୍କ ପତ୍ନୀ ଅମ୍ରିତା ପ୍ରଧାନ (35)ଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି । ମହିଳା ଜଣକ ଆମ୍ବ ଗୋଟାଇବାକୁ ଜଙ୍ଗଲକୁ ଯାଇଥିଲେ ଓ ଫେରିବା ସମୟରେ କାଳବୈଶାଖୀ ତାଣ୍ଡବ ରଚିଥିଲା I ପ୍ରବଳ ପବନ ସାଙ୍ଗ କୁ ଘଡଘଡି ହେବା ଫଳରେ ତାଙ୍କୁ ବିଜୁଳି ମାରିଥିଲା I ଠିକ୍ ସେହିଁ ସମୟ ରେ ଉକ୍ତ ମହିଳା ଅମ୍ରିତା ପ୍ରଧାନ କତିଙ୍ଗିଆ ଏ.ଟି.ଏମ୍ ନିକଟ ଆମ୍ବ ଗଛ ତଳେ ରହିଥିବା ବେଳେ ହଠାତ ତାଙ୍କୁ ବିଜୁଳି ମାରିଥିଲା I ଯାହାଫଳରେ ସେଠାରେ ହିଁ ସେ ପଡ଼ିଯାଇଥିଲେ Iପରେ ଘଟଣା ସ୍ଥଳରେ ତାଙ୍କ ସ୍ବାମୀ ପହଞ୍ଚି 108 ଆମ୍ବୁଲାନ୍ସ ଯୋଗେ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣିଥିଲେ ଓ ଡାକ୍ତର ଅଶୋକ ପ୍ରଧାନ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି I ତେବେ ତାଙ୍କର ଏକ ମାତ୍ର 14 ବର୍ଷର ଝିଅ ଅନୁଷ୍କା ପ୍ରଧାନ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I

Leave A Reply

Your email address will not be published.