(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ନିର୍ବାଚନୀ ହିଂସାର ନିଆଁରେ ପ୍ରଭାବିତ ଖଲ୍ଲିକୋଟରେ ପରବର୍ତ୍ତୀ କୌଣସି ଅଘଟଣ ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ ଆପ୍ରାଣ ଉଦ୍ୟମ ଜାରିରହିଛି । ଏହି ଉପଲକ୍ଷେ ଗଞ୍ଜାମ ଜିଲ୍ଲା ଛତ୍ର ପୁର ର ଏସ୍ ପି ଶ୍ରୀ ଜଗମୋହନ ଙ୍କର ନିର୍ଦ୍ଦେଶରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ତଥା ଖଲ୍ଲିକୋଟ ରେ ରେ ଦେଖିବାକୁ ମିଳିଛି ପୋଲିସ ବାହିନୀ ର ଫ୍ଲାଗ୍ ମାର୍ଚ । ଖବର ନେବାରୁ ଜଣାପଡିଛି ଯେ ଏସ୍ ପି ଶ୍ରୀ ଜଗମୋହନ ମୀନାଙ୍କ ଵଳିଷ୍ଠ ପଦକ୍ଷେପ କୁ ଆଧାର କରି ଏସ୍ ଡିପିଓ ଗୋୖରହରି ସାହୁ ଙ୍କ ତତ୍ତ୍ଵାବଧାନତାରେ ଏକ ପୋଲିସ ବାହିନୀ ଟିମ୍ ପ୍ରସ୍ତୁତ କରି ଥିଲେ।
ଉକ୍ତ ପୋଲିସ ବାହିନୀ ଫ୍ଲାଗ ମାର୍ଚ କରି ଥିଲେ ଶ୍ରୀ କୃଷ୍ଣ ଶରଣ ପୁର, ବିକ୍ରମ ପୁର ତଥା ଖଲ୍ଲିକୋଟ ।ଏଅଵସରରେ ଯୋଗଦାନ କରିଥିଲେ ଛତ୍ରପୁର ଏସ୍ ଡିପିଓ ଗୋରହରି ସାହ, ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ନରେଶ କୁମାର ସାହୁ, ଏସ୍ ଆଇ ପିଙ୍କିନ୍ ପଟ୍ଟନାୟକ, ଏ ଏସ୍ ଆଇ ହୃଷୀକେଶ ସାମଲ ଓ ଅନ୍ୟାନ୍ୟ ପୋଲିସ ବାହିନୀ ଥିଲେ। ଆଗାମୀ ଦିନରେ ଯେପରି ହିଂସାତ୍ମକ କାର୍ଯ୍ୟ ନିର୍ବାହ ହୋଇ ନପାରିବ , ସେ କ୍ଷେତ୍ରରେ ଜନସାଧାରଣ ମାନଙ୍କୁ ଅବଗତ କରାଯାଇଛି | ତା ସଙ୍ଗେ ସଙ୍ଗେ ରାତ୍ର ୮.୩୦ ଘଣ୍ଟ ସମୟରେ ଦୋକାନ ବଜାର ବନ୍ଦ କରିବା ପରିଲକ୍ଷିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.