ଭୁବନେଶ୍ୱର : ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ବୁଥ ବାହୁଡା ସର୍ଭେକୁ ଅଗ୍ରାହ୍ୟ କରିଛି ବିଜେଡି | ଓଡ଼ିଶା ନିର୍ବାଚନ ଫଳ ଉପରେ ବିଭିନ୍ନ ଜାତୀୟ ସଂସ୍ଥାର ଏକଜିଟ୍ ପୋଲ୍ ଆକଳନକୁ ଭୁଲ୍ କହିବା ସହ ୨୦୧୯ ନିର୍ବାଚନ ବେଳେ ଏକଜିଟ୍ ପୋଲ୍ ଯେପରି ଭୁଲ୍ ପ୍ରମାଣିତ ହୋଇଥିଲା ୨୦୨୪ରେ ମଧ୍ୟ ତାହାର ପୁନରାବୃତ୍ତି ହେବ ବିଜେଡି କହିଛି । ଓଡ଼ିଶାରେ ବିଜେଡି ଅତି କମ୍ ରେ ୧୨ ଟି ଲୋକସଭା ଆସନ ଏବଂ ୧୧୫ ବିଧାନସଭା ଆସନ ପାଇ ଏକ ଦୃଢ଼ ସରକାର ଗଢ଼ିବ ବୋଲି ବିଜେଡି ଜାତୀୟ ମୁଖପାତ୍ର ଡ. ସସ୍ମିତ୍ ପାତ୍ର କହିଛନ୍ତି | ଶ୍ରୀ ପାତ୍ର କହିଛନ୍ତି ଯେ ” ୨୦୧୪ ଏବଂ ୨୦୧୯ରେ ଓଡ଼ିଶା ସନ୍ଦର୍ଭରେ ଏକଜିଟ୍ ପୋଲ୍ ସବୁ ଭୁଲ୍ ପ୍ରମାଣିତ ହୋଇଛି । ୨୦୨୪ ରେ ମଧ୍ୟ ଏହା ଭୁଲ୍ ପ୍ରମାଣିତ ହେବ । ଓଡ଼ିଶାରେ ଆମେ ଅତି କମ୍ ରେ ୧୨ ଟି ଲୋକସଭା ଆସନରେ ଜିତିବୁ ଏବଂ ବିଧାନସଭାରେ ତିନି ଚତୁର୍ଥାଂଶ ଆସନରେ ଜିତି ଏକ ସ୍ଥିର ଓ ସୁଦୃଢ଼ ସରକାର ଗଢ଼ିବାକୁ ଯାଉଛୁ । ଅତି କମ୍ ରେ ୧୧୦ଟି ବିଧାନସଭା ଆସନରେ ଜିତିବୁ । ଏହା ୧୧୫ ବି ହୋଇପାରେ ” ।
Sign in
Sign in
Recover your password.
A password will be e-mailed to you.