ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ଦୁଇଦିନିଆ କର୍ମଶାଳା ଉଦଯାପିତ

0 2
  • ପ୍ରଗତିଶୀଳ ଶିକ୍ଷା ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱାରୋପ

  • ଯୋଗଦେଲେ ୧୨୦ରୁ ଅଧିକ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ

ଭୁବନେଶ୍ୱର, ୧/୬ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୁଲ୍ୟରେ ଶୁକ୍ରବାରଠୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନଙ୍କ ଦୁଇଦିନିଆ କର୍ମଶାଳା ଉଦଯାପିତ ହୋଇଛି । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍ ଯୋଗଦେଇ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସହିତ ରାଜ୍ୟରେ କିପରି ଏକ ପ୍ରଗତିଶୀଳ ଶିକ୍ଷା ପରିବେଶ ସୃଷ୍ଟି କରାଯାଇ ପାରିବ ସେ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ଯୋଗଦେଇଥିବା ସମସ୍ତ ପ୍ରଶାସନିକ ଅଧିକାରୀମାନେ କିପରି ଗଠନ ମୂଳକ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବା ସହିତ ସେମାନଙ୍କ ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରିବେ ସେ ଉପରେ ମତାମତ ଦେଇଥିଲେ ।
ଏହି କର୍ମଶାଳାରେ ଆଇଆଇଏମ୍ କୋଲକାତାର ପ୍ରଫେସର ସୁରେନ ଶିଶ୍ଟା ଏବଂ ହରିୟାଣା ସ୍କୁଲ ଅଫ ବିଜନେସ୍ ମ୍ୟାନଜମେଣ୍ଟ ର ପ୍ରଫେସର ଡଃ ସୁନୀତା ରାଣୀ ପ୍ରମୁଖ ଯୋଗଦେଇ ଯୋଗାଯୋଗ, ସମୟ ପରିଚାଳନା, ସମସ୍ୟା ସମାଧାନ ଭଳି ବିଭିନ୍ନ  ଦକ୍ଷତା ଉପରେ ପ୍ରଶିକ୍ଷଣ ଦେବା ସହିତ  ନିଜ ନିଜର ଅଭିଜ୍ଞତା ପରିପ୍ରକାଶ କରିଥିଲେ ।
ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ଶିକ୍ଷା ବିଭାଗର ୧୨୦ରୁ ଅଧିକ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ଯୋଗଦେଇଥିଲେ  ।

Leave A Reply

Your email address will not be published.