ବିଷମ କଟକ: ରାୟଗଡା ଜିଲ୍ଲା ବିଷମ କଟକ ସଦର ବସ୍ଷ୍ଟାଣ୍ଡ ରେ ଠିଆ ହୋଇଥିବା ଚାରୋଟି ବସ୍ ନିମିସକ ମଧ୍ୟରେ ଜଳି ପାଉଁସ ହୋଇଗଲା । ଘଟଣା କ୍ରମରେ ଶନିବାର ଦିନ ଅପରାହ୍ନ ୨.୩୦ମିନିଟ୍ ସମୟରେ ବିଷମ କଟକ ବସ୍ଷ୍ଟାଣ୍ଡ ଭିତରେ ୬ଟି ବସ୍ ଧାଡି ରେ ଠିଆ ହୋଇଥିବା ବେଳେ ସେଥି ମଧ୍ୟରୁ ହଠାତ୍ ଗୋଟିଏ ବସ୍ ରୁ ଧୁଆଁ ବାହାରିବା ସହ ନିଆଁ ବାହାରିଥିଲା । ସ୍ଥାନିୟ ଲୋକେ ଗାଡି ରେ ନିଆଁ ଲାଗିଥିବା ଦେଖି ନିଆଁ ଲିଭାଇବା କୁ ଚେଷ୍ଠା କରୁଥିବା ବେଳେ ନିଆକୁ ଆୟତ କରିପାରିନଥିଲେ । ସେ ସମୟରେ ପବନର ବେଗ ଅଧିକା ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ଗାଡିରେ ଅଗ୍ନି ସଂଯୋଗ ହୋଇଯାଇଥିଲା । ଇତି ମଧ୍ୟରେ ଦୁଇଟି ଗାଡିକୁ ଘଟଣା ସ୍ଥଳରୁ ବାହାର କରିନିଆ ଯାଇଥିବା ବେଳେ ଅନ୍ୟ ଚାରୋଟି ବସ୍ ହୁତୁ ହୁତୁ ହୋଇ ଜଳିଯାଇଥିଲା । ଖବର ପାଇ ବିଷମ କଟକ ଅଗ୍ନିଶମ ବାହିନି ବସ୍ ଷ୍ଟାଣ୍ଡ ରେ ପହଂଚି ଗାଡି ର ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ନିଆଁ ଲିଭା ବେଳକୁ ଚାରୋଟି ଯାକ ବସ୍ ପୋଡି ପାଉଁସ ହୋଇଗଲା । ଗାଡି ନଂ ଓଆର୍ ୨୩ ଇ ୩୦୯୨,ଓଡି୦୨ଏସ୍୫୦୩୩,ଓଡି ୧୮ ୧୩୫୯ ଏବଂ ଓଆର୍ ୦୮ ଏଚ୍ ୦୪୨୧ ଗାଡି ଜଳିଯାଇଥିବା ବେଳେ ସମସ୍ତ ଗାଡି ବିଷମ କଟକ ର କିରଣ କୁମାର ସାହୁ ଙ୍କ ବୋଲି ଜଣାପଡିଛି । କେଉଁ ପରିସ୍ଥିତିରେ ଗାଡିରେ ନିଆଁ ଲାଗିଲା ତାହା ସ୍ୱଷ୍ଟ ହୋଇନାହିଁ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଉପସ୍ଥିତ ରହି ଗାଡି ନିଆଁ ଲିଭା କାର୍ଯ୍ୟରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.