ମୁଣ୍ଡ ଗୁଞ୍ଜିବାକୁ ଘର କରୁଥିଲେ, ହେଲେ ମୁଣ୍ଡ ନେଇଗଲା…….

0

 

ରାୟଗଡ଼ାରେ ଏକ ଅଭାବନୀୟ ଘଟଣା : କୋଠାର ଛାତ ଭୁଶୁଡ଼ି ଘର ମାଲିକଙ୍କ ମୃତ୍ୟୁ

ରାୟଗଡା/ସରୋଜ ସାହୁ : ରାୟଗଡା ସ୍ଥିତ ଶିରିକଣା ଗ୍ରାମରେ ଏକ ଅଭାବନୀୟ ଘଟଣା। ଗତ ତା ୦୮/୧୧/୨୦୧୮ ରିଖ ଦିନ କୋଠାର ଛାତ ପକାଯାଇ ଥିବା ବେଳେ  ମିସ୍ତ୍ରୀ ସହ ଘର ମାଲିକ ରହି ଛାତର ସେଣ୍ଟ୍ରିଙ୍ଗ କଢୁଥିବ ସମୟରେ ଛାତ ଖସି କୋଠାର ମାଲିକ ଏଙ୍କାଟି ସେନାପତି(୪୦)ଉପରେ ଛାତ ଭୁଶୁଡ଼ି ଯାଇଥିଲା ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡ଼କ୍ଟର ତାଙ୍କର  ମୃତ୍ୟ ହୋଇଥିବା ଘୋଷଣା କରିଥିଲେ।ତାଙ୍କ ସହ ଥିବା ଅନ୍ୟ ଏକ ତାପି ମିସ୍ତ୍ରୀ ଧର୍ମା ରାଓ ବିଡିକା (୨୪) ଗୁରୁତର ଆହତ ହୋଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଚିକିତ୍ସିତ ହେଉଛନ୍ତି।ଶବ ବ୍ୟବଚ୍ଛେଦ ହେଲାପରେ ତାଙ୍କ ପରିବାରକୁ ଶବ ହସ୍ତାନ୍ତ କରାଯିବ।

Leave A Reply

Your email address will not be published.