ରାୟଗଡ ଜିଲ୍ଲା ବିକାଶ ମଞ୍ଚ ତରଫରୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ରକ୍ତ ଅଭାବ ଜନିତ ସମସ୍ୟାର ଦୂରୀକରଣ ନିମନ୍ତେ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପ୍ରଦାନ

0 2

ରାୟଗଡ : ରାୟଗଡ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ l ଜିଲ୍ଲାର ସମୁଦାୟ ୧୧ଗୋଟି ବ୍ଲକରେ ବସବାସ କରୁଥିବା ଜନସାଧାରଣ ରାୟଗଡ ମୂଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିଥାଆନ୍ତି l ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ରୋଗୀ ସଂଖ୍ୟା ଅଧିକା ରହୁଥିବା ବେଳେ ସେହି ଅନୁପାତରେ ରକ୍ତ ଭଣ୍ଡାରରେ ରକ୍ତ ଗଛିତ ରହୁନଥିବା ଦେଖିବାକୁ ମିଳିଥାଏ l ଜିଲ୍ଲାରେ ଥିବା (ସିଏଚସି) ଓ (ପିଏଚସି) ମାନଙ୍କରୁ ରେଫର ହୋଇ ମୂଖ୍ୟ ଚିକିତ୍ସାଳୟକୁ ଆସୁଥିବା ବେଳେ ଏଠାରେ ରକ୍ତ ନମିଳିବା ଏକ ପ୍ରମୁଖ ସମସ୍ୟା ଦେଖାଦେଇଛି l ବିଶେଷ କରି ଥାଲ୍ଲାସେମିଆ, ସିକିଲସେଲ, ପ୍ରସୂତୀ ଏବଂ ଅନ୍ୟ ଗୁରୁତର ରୋଗୀଙ୍କୁ ଅତ୍ୟାବଶ୍ୟକ ସ୍ଥଳେ ରକ୍ତ ମିଳୁନଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବାଧ୍ୟ ହୋଇ ରୋଗୀର ସମ୍ପର୍କୀୟ ମାନେ ନିଜସ୍ୱ ଉଦ୍ୟମରେ ରକ୍ତ ସଂଗ୍ରହ କରି ରୋଗୀଙ୍କୁ ଦେଉଥିବା ନଜରକୁ ଆସୁଚି l ରାୟଗଡରେ ହାତଗଣତି କିଛି ସ୍ବେଛାସେବୀ ସଂଗଠନ ରକ୍ତଦାନ ପାଇଁ ଶିବିରର ଆୟୋଜନ କରିଥାଆନ୍ତି l ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ, ପ୍ରତ୍ୟେକ ମାସରେ ପ୍ରାୟ ୪୦୦ ୟୁନିଟ ରକ୍ତର ଆବଶ୍ୟକତା ରହିଥିବା ବେଳେ ରକ୍ତଦାନ ବାବଦରେ ଆଦାୟ ହେଉଚି ୫୦ ରୁ ୬୦ ୟୁନିଟ ଯାହା ସମୁଦ୍ରକୁ ଶଙ୍ଖେ କହିଲେ ଅତ୍ୟୁକ୍ତି ହେବ ନାହିଁ l ବିଭିନ୍ନ ସମୟରେ ରକ୍ତ ଭଣ୍ଡାରର କର୍ମଚାରୀ ରକ୍ତ ନଥିବା କହି ରୋଗୀଙ୍କୁ ଫେରାଇ ଦେଉଥିବା ଅଭିଯୋଗ ଆସୁଚି l ଏହାକୁ ଦୃଷ୍ଟିରେ ରଖି ରାୟଗଡ ଜିଲ୍ଲା ବିକାଶ ମଞ୍ଚ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡା. ଲାଲ ମୋହନ ରାଉତରାୟଙ୍କୁ ପ୍ରଦାନ କରାଯାଇଛି l ଉକ୍ତ ଦାବିପତ୍ରରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରରେ ସମସ୍ତ ଗ୍ରୁପର ରକ୍ତ ମହଜୁଦ ରଖିବା, ଠିକ ସମୟରେ ରୋଗୀଙ୍କୁ ବିନମୂଲ୍ୟରେ ରକ୍ତ ପ୍ରଦାନ କରିବା, ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଥିବା ରକ୍ତଭଣ୍ଡାରକୁ ନିୟମିତ ୨୪ ଘଣ୍ଟା ଖୋଲା ରଖିବା, ରକ୍ତଦାନ ନିମନ୍ତେ ସଚେତନତା ସୃଷ୍ଟି କରିବା ଇତ୍ୟାଦି ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଚି l ଏହିଅବସରରେ ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ କୋଷାଧକ୍ଷ ଶ୍ରୀ ସୁରେଶ ସାହୁ, ସଭ୍ୟ ମନୋଜ କୁମାର ସାହୁ, ସନ୍ତୋଷ କୁମାର ପଣ୍ଡା, ସୁନୀଲ କୁମାର ପାଢ଼ୀ ଓ ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.