ଭୂ-ସ୍ଥାନିକ ବୁଦ୍ଧିମତ୍ତା ଉପରେ ପାରଳାଖେମୁଣ୍ଡି ସିୟୁଟିଏମ୍ରେ ଜିଓସଷ୍ଟେନ୍ ୨୦୨୬ (୬ଷ୍ଠ ଆନ୍ତର୍ଜାତିକ ଜିଆଇଏସ୍ ଦିବସ) ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଅନ୍ ଯୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ (ସିୟୁଟିଏମ୍), ପାରଳାଖେମୁଣ୍ଡି , ଓଡ଼ିଶା ର ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି (ଏସ୍ଓଇଟି) ପକ୍ଷରୁ ହାଇବ୍ରିଡ଼ ମୋଡ଼ରେ ୬ଷ୍ଠ ଆନ୍ତର୍ଜାତିକ ଜିଆଇଏସ୍ ଦିବସ, ଜିଓସଷ୍ଟେନ୍ ୨୦୨୬ ପାଳିତ ହୋଇଯାଇଛି । “ସ୍ଥାୟୀ ବିକାଶ ଓ ନବସୃଜନ ପାଇଁ ଭୂ-ସ୍ଥାନିକ ବୁଦ୍ଧିମତ୍ତା” ଥିଲା ଏହି ଉତ୍ସବର ମୂଳ ବିଷୟ ଏବଂ “ଜିଆଇଏସ୍ : ଉଦ୍ଦେଶ୍ୟ ଓ ନବସୃଜନକୁ ଶକ୍ତି ପ୍ରଦାନ” ଥିଲା ଏହାର ମୂଳମନ୍ତ୍ର । ଆଇଆଇଟି ତିରୁପତିର ନଦାବିଷ୍କାର ଆଇ-ହବ୍ ଫାଉଣ୍ଡେସନ୍ (ଜିଓ-ଇଣ୍ଟେଲ୍ ଲ୍ୟାବ୍) ସହ ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଇସ୍ର ଇଣ୍ଡିଆ ପ୍ରାବିଧିକ ସହ-ପ୍ରାୟୋଜକ ଭାବେ ସହଯୋଗ କରିଥିଲା । ସିଭିଲ୍ ଇଞ୍ଜିନିୟରିଂ ବିଭାଗ , ଡାଟା ସାଇନ୍ସ ଓ ମେସିନ୍ ଲର୍ଣ୍ଣିଂ କେନ୍ଦ୍ର ଏବଂ ସ୍ମାର୍ଟ ଇନଫ୍ରାଷ୍ଟ୍ରକ୍ଟର କେନ୍ଦ୍ର ଏହାର ସହଭାଗୀ ଥିଲେ ।
ବିଶ୍ବବିଦ୍ୟାଳୟର ଅଡିଟୋରିୟମ୍ରେ ଅନୁଷ୍ଠିତ ଉଦ୍ଘାଟନୀ ଅଧିବେଶନ ପ୍ରାଧ୍ୟାପକ ସୁଶାନ୍ତ କୁ. ନାୟକଙ୍କ ଉଦ୍ବୋଧନରେ ଆରମ୍ଭ ହୋଇଥିଲା । ପ୍ରଦୀପ ପ୍ରଜ୍ଜଳନ ପରେ ପ୍ରାଧ୍ୟାପକ (ଡକ୍ଟର) ପ୍ରଫୁଲ୍ଲ କୁମାର ପଣ୍ଡା , ଡିନ୍, ଏସ୍ଓଇଟି ଓ ଏସ୍ଓସିଡିଏସ୍ , ସ୍ବାଗତ ଭାଷଣ ଦେଇଥିଲେ । ଅତିଥି , ପ୍ରତିନିଧି ଓ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ଜଣାଇ ସେ ଉପସ୍ଥାପନା ପାଇଁ ବଛାଯାଇଥିବା ୭୨ଟି ଗବେଷଣାପତ୍ର ବିଷୟରେ ଉଲ୍ଲେଖ କରିଥିଲେ ଏବଂ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସଂଗଠକ ଦଳର ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ । ସ୍ମରଣିକା ଉନ୍ମୋଚିତ ହୋଇଥିଲା ଏବଂ ରେଜିଷ୍ଟ୍ରାର ପ୍ରାଧ୍ୟାପକ (ଡକ୍ଟର) ଅନିତା ପାତ୍ର ମଧ୍ୟ ଉପସ୍ଥିତ ଅତିଥିମାନଙ୍କୁ ସମ୍ବୋଧିତ କରିଥିଲେ।
ଆରଏମଏସ୍ଆଇ ପ୍ରାଇଭେଟ୍ ଲିମିଟେଡ୍ର ଆସିଷ୍ଟାଣ୍ଟ ଭାଇସ୍ ପ୍ରେସିଡେଣ୍ଟ (ଜିଆଇଏସ୍) ଶ୍ରୀ ୟୂ. ବାଲାଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାଧ୍ୟାପକ (ଡକ୍ଟର) ସି. ଆର୍. ରାଓ ଏବଂ ମେକ୍ସିକୋର ନ୍ୟାସନାଲ୍ ପଲିଟେକ୍ନିକ୍ ଇନଷ୍ଟିଚ୍ୟୁଟ୍ (ଆଇପିଏନ୍)ର ପ୍ରାଧ୍ୟାପକ (ଡକ୍ଟର) ଏମ୍. ପି. ଜୋନାଥନ୍ ସମ୍ମାନିତ ଅତିଥି ଥିଲେ , ଆଇସିଏଆର୍-ଆଇଆଇଏସ୍ଡବ୍ଲ୍ୟୁସିର ପୂର୍ବତନ ପ୍ରଧାନ ବୈଜ୍ଞାନିକ
ପ୍ରାଧ୍ୟାପକ (ଡକ୍ଟର) ପି. ରାଜା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଡକ୍ଟର ମଦନ ମୋହନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
ମୁଖ୍ୟ ବକ୍ତବ୍ୟ (କିନୋଟ୍) ଅଧିବେଶନରେ ଶ୍ରୀ ବାଲାଜୀ ବୈଦ୍ୟୁତିକ ଗ୍ରୀଡ଼ ଆଧୁନିକୀକରଣ ଓ ସ୍ଥାୟୀ ବିକାଶ ପାଇଁ ଭୂ-ସ୍ଥାନିକ ବୁଦ୍ଧିମତ୍ତା ଉପରେ ବକ୍ତବ୍ୟ ରଖିଥିଲେ। ଦୁବାଇ ବିଶ୍ବବିଦ୍ୟାଳୟର ଏମ୍ବିଆରଏସ୍ସି ଲ୍ୟାବ୍ର ଡକ୍ଟର ସୂର୍ଯ୍ୟ ଦେବ ଚକ୍ରବର୍ତ୍ତୀ ପୃଥିଵୀ ପର୍ଯ୍ୟବେକ୍ଷଣ , ଏସ୍ଏଆର୍ ଓ ଜିଓଏଆଇ କିପରି ପରିବେଶ ସହନଶୀଳତା ଓ ବିପର୍ଯ୍ୟୟ ବିପଦ ହ୍ରାସରେ ସହାୟକ ହୋଇପାରିବ, ସେ ବିଷୟରେ ଆଲୋଚନା
କରିଥିଲେ। ବିଉମଣ୍ଡ ଆସୋସିଏଟ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ପ୍ରଭାତ ରଞ୍ଜନ ଜେନା ମଧ୍ୟ ଏକ ଉପସ୍ଥାପନା ରଖିଥିଲେ।
ଅପରାହ୍ନରେ ଚାରିଟି ସମାନ୍ତରାଳ ଅନଲାଇନ୍ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୪୩ଟି ଗବେଷଣାପତ୍ର ମୌଖିକ ଭାବେ ଉପସ୍ଥାପିତ ହୋଇଥିଲା । ଏଥିରେ ଗତିଶୀଳତା , ଜଳ ଓ ପରିବେଶ ପରିଚାଳନା ପାଇଁ ଜିଓଏଆଇ ; ଜିଓଏଆଇ , ସ୍ଥାନିକ ବିଶ୍ଳେଷଣ ଓ ଡିଜିଟାଲ୍ ଟିନ୍ ; ବିପର୍ଯ୍ୟୟ ସହନଶୀଳତା , ସ୍ଥାୟୀ ଭିତ୍ତିଭୂମି ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ; ଏବଂ ଏଆଇଏମ୍ ଏଲ୍ ପ୍ରୟୋଗ ବିଷୟ ସାମିଲ ଥିଲା । ଲଭଲି ପ୍ରଫେସନାଲ୍ ୟୁନିଭର୍ସିଟିର ଡକ୍ଟର ରୋହନ କୁମାର , ଉତ୍କଳ ବିଶ୍ବବିଦ୍ୟାଳୟର ଡକ୍ଟର ଶାନ୍ତିସ୍ବରୂପ ସାହୁ , ଓଡ଼ିଶାର ଏଫ୍ଏମ୍ ବିଶ୍ବବିଦ୍ୟାଳୟର ଡକ୍ଟର ସମୃତି ରେଖା ସାହୁ ଏବଂ ଓଡ଼ିଶାର ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ଡକ୍ଟର ସୌମେନ୍ଦ୍ର କୁମାର ମହାପାତ୍ର ଏହି ଅବେଶନଗୁଡ଼ିକର ସଭାପତିତ୍ଵ କରିଥିଲେ।
ବେଙ୍ଗାଲୁରୁର ଅଗସ୍ତ୍ୟ ଗୁରୁପ୍ସର ବିଜନେସ୍ ଡେଭଲପମେଣ୍ଟ ମ୍ୟାନେଜର ସୁଶ୍ରୀ ତବସ୍ସୁମ୍ ରୋଜି ସ୍ଥାୟୀ ଓ ସହନଶୀଳ ସହରୀ ଭିଭିଭୂମି ପାଇଁ ଜିଆଇଏସ୍ ଓ ଜିଓଏଆଇର ବ୍ୟବହାର ଉପରେ ଏକ ଶିଳ୍ପ ବକ୍ତବ୍ୟ ରଖିଥିଲେ । ଏହାପରେ ଅଫ୍ଲାଇନ୍ ପୋଷ୍ଟର୍ ଉପସ୍ଥାପନାରେ ୨୯ଟି ପୋଷ୍ଟର୍ ପ୍ରଦର୍ଶିତ ହୋଇଥିଲା ଏବଂ ମୂଲ୍ୟାୟନକାରୀ ଦଳ ସେଗୁଡ଼ିକର ମୂଲ୍ୟାୟନ କରିଥିଲେ। ଯାଞ୍ଚ ଓ ପ୍ରମାଣପତ୍ର ବିତରଣ ସହ ଦିନର କାର୍ଯ୍ୟକ୍ରମ ଶେଷ ହୋଇଥିଲା ।
ଭୌଗୋଳିକ ସଚେତନତା ସପ୍ତାହର ଅଂଶ ଭାବେ ୧୯୯୯ ମସିହାରୁ ସମଗ୍ର ବିଶ୍ବରେ ଆନ୍ତର୍ଜାତିକ ଜିଆଇଏସ୍ ଦିବସ ପାଳିତ ହେଉଛି ଏବଂ ସିୟୁଟିଏମ୍ ୨୦୨୧ ମସିହାରୁ ନିଜର ଆନ୍ତର୍ଜାତିକ ସଂସ୍କରଣ ଆୟୋଜନ କରି ଆସୁଛି । ଚଳିତ ବର୍ଷର କାର୍ଯ୍ୟକ୍ରମରେ ମଧ୍ଯ ବୈଜ୍ଞାନିକ , ଶିକ୍ଷାବିତ୍ , ଶିଳ୍ପ ପେସାଦାର ଓ ଛାତ୍ରଛାତ୍ରୀ ଜିଆଇଏସ୍ , ରିମୋଟ୍ ସେଲିଂ ଏବଂ କୃତ୍ରିମ ବୁଦ୍ଧିମତ୍ତା ସମ୍ବନ୍ଧୀୟ ଚିନ୍ତାଧାରା ବିନିମୟ କରିବା ପାଇଁ ଏକତ୍ର ହୋଇଥିଲେ । ଶେଷରେ, ଏହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିଥିବାରୁ ସି.ୟୁ.ଟି.ଏମ ପରିଚାଳନା କମିଟି ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ ଏବଂ ଏହା ସହିତ ଜଡ଼ିତ ସଂଗଠନଗୁଡ଼ିକୁ ଧନ୍ୟବାଦ ଜଣାଇଥିଲେ।