ବିଜେଡି ପଦଯାତ୍ରାକୁ ନଯିବାରୁ ଅାକ୍ରମଣ ଅଭିଯୋଗ !!

0

ନୟାଗଡ଼(ବିଶ୍ବଜିତ୍ ନାୟକ): ବିଜେଡି ପଦଯାତ୍ରାକୁ ନଯିବାରୁ ଦୁଇ ପରିବାରର ୫ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆହତମାନଙ୍କର ଏତିକି ଦୋଷ ଥିଲା ଯେ ସେମାନେ ବିଜେଡି ପଦଯାତ୍ରାରେ ସାମିଲ ହୋଇ ନଥିଲେ।ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଶଙ୍ଖେଇ ଗାଁରୁ। ଆହତଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତ ତିନିଦିନ ତଳେ ଶଙ୍ଖେଇ ଗାଁରେ ବିଜେଡିର ଏକ ପଦଯାତ୍ରା ହୋଇଥିଲା। ତେବେ ପଦଯାତ୍ରାରେ ସାମିଲ ହୋଇନଥିବାରୁ ଏହି ଆକ୍ରମଣ ହୋଇଥିବା ଆହତମାନେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.