ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ତିତଲି ବାତ୍ୟା ପ୍ରପିଡୀତ ଗରିବ ଲୋକଙ୍କ ନିମନ୍ତେ ପାରଳାଖେମୁଣ୍ଡି ଠାରେ ଆଜି ଅଖିଳ ଭାରତୀୟ କିଶାନ ମଜଦୁର ସଭା ପକ୍ଷରୁ ୧୦ ଦଫା ଦାବୀର ତୁରନ୍ତ ସମାଧାନ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ବିରାଟଗଣ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶେଷରେ ଅନୁପମ ସାହାଙ୍କୁ ଦଳିୟ ନେତା ମାନେ ୧୦ ଦଫା ଦାବୀ ସମ୍ମିଳିତ ଏକ ସ୍ମାରକ ପତ୍ର ଦେଇ ଦାବୀ ଗୁଡିକ ସମାଧାନ କରାଯିବା ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ଜିଲ୍ଲା କମିଟି ସମ୍ପାଦକ ହରିବନ୍ଧୁ କାର୍ଯ୍ୟୀ ଓ କେଦାର ଶବରଙ୍କ ନେତୃତ୍ୱରେ ଏକ ହଜାରରୁ ଅଧିକ ସଭାର ଆଦିବାସୀ ମହିଳା ପୁରୁଷ ଓ ଅନ୍ୟାନ୍ୟ ଗରିବ ଲୋକ ଜିଲ୍ଲାରେ ତିତଲି ପ୍ରଭାବିତ କାଶୀନଗର, ଗୁମ୍ମା,ଗୋଷାଣୀ, ଓ ରାୟଗଡା ବ୍ଲକାଞ୍ଚଳର ସ୍ଥାନୀୟ ନୂଆବସଷ୍ଟାଣ୍ଡ ଠାରୁ ଏକ ବିକ୍ଷୋଭ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ହାତରେ ପ୍ଲାକ୍କାର୍ଡମାନ ଧରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣ ଧାରଣାରେ ବସି ବିକ୍ଷୋଭ ସଭା କରିଥିଲେ । ଏହି ବିକ୍ଷୋଭ ସଭା କାର୍ଯ୍ୟକ୍ରମରେ ଅଖିଳ ଭାରତ କିଶାନ ମଜଦୁର ସଭାର ଜାତୀୟ କମିଟି ସମ୍ପାଦକ ଭାଲଚନ୍ଦ୍ର ଷଡଙ୍ଗୀ ଯୋଗଦେଇ ତିତଲି ବାତ୍ୟା ହେବା ଇତି ମଧ୍ୟରେ ଏକମାସ ବିତିଯାଇଥିଲେ ହେଁ କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାପ୍ତ ପରିମାଣର ରିଲିଫ ସାମଗ୍ରୀ ପହଞ୍ଚିପାରିନି । ତେଣୁ କରି ସଭା ପକ୍ଷରୁ ବାତ୍ୟା ପ୍ରପିଡିତ ଅଞ୍ଚଳରେ କ୍ଷତିଗ୍ରସ୍ତ ସମସ୍ତ ଚାଷୀ ଓ ଭାଗଚାଷୀଙ୍କୁ ତୁରନ୍ତ ଫସଲର କ୍ଷତିପୁରଣ ଦିଆଯାଉ । କ୍ଷତିଗ୍ରସ୍ତ କାଜୁ, ଆମ୍ଭ,କମଳା ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲର ପୁନଃଉଦ୍ଧାର ପାଇଁ ଆସନ୍ତା ଏକ ମାସ ମଧ୍ୟରେ ସେମାନଙ୍କୁ ମନେରଗା ଯୋଜନାରେ ଅର୍ଥ ଯୋଗାଇଦିଆଯାଉ । ବାତ୍ୟାରେ ନିଜର ବର୍ଷ ବର୍ଷର ଜୀବିକାର ରାହା ହରାଇଥିବା ଲୋକଙ୍କୁ ତୁରନ୍ତ ମନରେଗାରେ କାମ ଯୋଗାଇଦିଆଯାଉ, ଜିଲ୍ଲାର ଭୁସ୍ତଳନ ପ୍ରବଣ ଗ୍ରାମ ମାନଙ୍କୁ ଚିହ୍ନଟ କରି ସେଠାକାର ବାସିନ୍ଦାଙ୍କୁ ସମତଳିଆ ଜମି ଅଞ୍ଚଳକୁ ଅଣାଯାଉ ସେମାନଙ୍କୁ ସର୍ବନିମ୍ନ ସୁବିଧାରେ ଜମି ଦେଇ ଥଇଥାନ ପୁନଃବାସର ବ୍ୟବସ୍ଥା କରାଯାଉ । ସମସ୍ତ ଗୃହହୀନ ଓ ଜମିହୀନ ଲୋକଙ୍କୁ ଜମି ଓ ଘରଢିହ ପଟ୍ଟାପ୍ରଦାନ ସହ ସମସ୍ତ ଗରିବ ଲୋକଙ୍କୁ ରେସନ କାର୍ଡ ଦେବା , ସମସ୍ତ ବୁଡାବୁଡି , ବିଧବା ଓ ଭିନ୍ନକ୍ଷମ ମାନଙ୍କୁ ମାସିକ ସର୍ବନିମ୍ନ ୩୦୦୦ଟଙ୍କା ପେନସନ ଦେବା ପ୍ରଭୃତି ଦାବୀ ଗୁଡିକ ଉପରେ କହି ଏ ସବୁ ଉପରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯିବ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହରିବନ୍ଧୁ କାର୍ଯ୍ୟୀ , ସୋମନାଥ ବଡରଇତ, କେଦାର ଶବର, ସୁରେନ୍ଦ୍ର ଭୂୟାଁ,କାଡୁକା ଶବର ଓ କାରୁଗା ଶବର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସଭାର ନେତାମାନେ ଉପସ୍ଥିତ ରହି ଉଦ୍ବୋଧନ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.