ଜିଲ୍ଲାସ୍ତରୀୟ ଭଲିବଲ ଚୟନ ପ୍ରତିଯୋଗିତା-୨୦୧୮ ଅନୁଷ୍ଠିତ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ୬୪ତମ ଜିଲ୍ଲାସ୍ତରୀୟ ଭଲିବଲ ଚୟନ ପ୍ରତିଯୋଗିତା-୨୦୧୮ ଆଜି ମୟୂରଭଞ୍ଜ ଜିଲ୍ଲାର ସଦରମହକୁମା ବାରିପଦାସ୍ଥିତ ପୁଲିସ ଲାଇନ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହୋଇଥିଲା । ମୟରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କ ପ୍ରଥ୍ୟକ୍ଷ ତତ୍ୱାବଧାନରେ ଓ ଆୟୋଜକ ପୁଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶାରିରୀକ ଶିକ୍ଷା ପରିଦର୍ଶକ ଭାଗିରଥୀ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ଭଲିବଲ କୋଟ ମନୋରଞ୍ଜନ ଜୀଉ, ସମ୍ମାନୀତ ଅତିଥି ଭାବେ ଓଷ୍ଟା ଶିକ୍ଷକ ସଂଘର କାର୍ଯ୍ୟକାରୀ ସଦସ୍ୟ କୋକିଳ ଚନ୍ଦ୍ର ମହାନ୍ତ ପ୍ରମୁଖ ଯୋଗ ଦେଇ ଚୟନ ଶିବିରକୁ ଆନୁଷ୍ଠାନିକ  ଭାବେ ଶୁଭ ଉଦଘାଟନ କରିଥିବା ବେଳେ ବିଚାରକ ଭାବେ ପୁଲିସ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଜୟନ୍ତ ପଣ୍ଡା, ବଡ଼ବ୍ରାହ୍ମଣମରା ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ କୁମାରେନ୍ଦ୍ର ମହାନ୍ତ, ବଡ଼ଯୋଡ଼ ବନସ୍ଥଳୀ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ନନ୍ଦିନୀ ସେନାପତି, ଭାଗବତଚନ୍ଦ୍ରପୁର ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଦୀପକ ରାମ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ଜିଲ୍ଲାସ୍ତରୀୟ ଭଲିବଲ ଚୟନ ଶିବିର-୨୦୧୮ ଦ୍ୱାରା ଯୋଗ୍ୟ ବିବେଚିତ ହୋଇଥିବା ସଫଳ ପ୍ରତିଯୋଗୀମାନେ ଆସନ୍ତା ଡ଼ିସେମ୍ବରରେ କନ୍ଧମାଳ ଜିଲ୍ଲାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତାରେ ସିଧାସଳଖ ଭାବେ ଯୋଗ ଦେବେ । ଆଜିର ଏହି କାର୍ଯ୍ୟକ୍ରମର ପରିଚାଳନାରେ ଆଶିଷ ଦତ୍ତ, ଜୟନ୍ତ ମହାନ୍ତ, ବାସନ୍ତୀ ମହାନ୍ତ, ଇପସିତା ମଲ୍ଲିକ, ଦମୟନ୍ତୀ ବିଶ୍ୱାଳ, ବନମାଳୀ ବେହେରା, ଗିରିଜା ଶଙ୍କର ମାହାନା ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।

Leave A Reply

Your email address will not be published.