ହକି ବିଶ୍ୱକପ ଓ ମାସକଟ ଓଲି କୁ ଭବ୍ୟ ସ୍ୱାଗତ 

0

 ସୁନ୍ଦରଗଡ/ ହୋରଚାନ୍ଦ ଦେହୁରୀଆ; ହକିର ଏନ୍ତୁଡ଼ିଶାଳରେ ହକି ମସ୍କଟ ଓଲିକୁଓ ବିଶ୍ୱ କପି ଟ୍ରଫିକୁ  କରାଯାଇଛି ଭବ୍ୟ  ସ୍ୱାଗତ | କନିଷ୍ଠ ଠାରୁ ବରିଷ୍ଠ ନାଗବଗତା ଠାରୁ ଅଭିଜ୍ଞ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହ ଉଦ୍ଦୀପନା ସହ ଓଲିକୁ ସ୍ୱାଗତ କରିଥିଲେ | ଏହି ଉଦ୍ଦେଶ୍ୟରେ ସକାଳେ ରାଉରକେଲାସ୍ଥିତ ପାନପୋଷ କ୍ରୀଡା ଛାତ୍ରା ବାସ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ ଓ ସାଙ୍ଗରେ ଥିବା ଶାନ୍ତି ର ପ୍ରତିକ ମାସ୍କଟ ଓଲି କୁ ସ୍ୱାଗତ କରାଯାଇଥିଲା।ଛାତ୍ରା ବାସ ର ସମସ୍ତ ଖେଳାଳି ପାରମ୍ପରିକ ରୀତିରେ ହକି ଷ୍ଟିକ କୁ ଉପରକୁ ଉଠାଇ ମାସ୍କଟ ଓଲି ସ୍ୱାଗତମ ସ୍ଲୋଗାନ ଦେଇ ଶାନ୍ତି ର ପ୍ରତିକ ଓଲି ସ୍ୱାଗତ କରିଥିଲେ ଏହାପରେ ପଡ଼ିଆରେ ହକି ରଣ କୌଶଳ ଉପରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇଥିଲା। ଏଥିରେ ସନ୍ଧ୍ୟା କୁଜୁର ବିଜୟୀ ହୋଇଥିଲେ ତାଙ୍କୁ ଉପସ୍ଥିତ ଥିବା ପୂର୍ବତନ ହକି କୋଚ ସିଲଭେ  ଷ୍ଟାର ଟପ୍ପ ହକି ବିଶ୍ୱକପ ଲୋଗୋ ଥିବା ଏକ ଜର୍ଶୀ ଉପହାର ଦେବା ସହିତ ସମସ୍ତ ଖେଳାଳୀ ଙ୍କ ଉତ୍ତରୋତ୍ତର ଉନ୍ନତି  କାମନା କରିଥିଲେ। ଆଜିର ଏହି ସ୍ୱାଗତ କାର୍ଯ୍ୟକ୍ରମ ରେ କ୍ରୀଡା ଛାତ୍ରା ବାସ ର ଅଧିକାରୀ ତଥା ହକି କୋଚ୍ ମିଲଟନ ବିଲୁଙ୍ଗ କୋଚ୍ ଅମୂଲ୍ୟ ବେହେରା , ପିଟର ସରେନ , ଫ୍ଲୋରେନ ସିଆ ଏକା ,ଜାତୀୟ ଅମ୍ପିୟାର ରାଜନ ଏକା, ବରିଷ୍ଠ ହକି ଖେଳାଳୀ ବର୍ଥଲୋମି କେର୍କେଟା, ନବୀନ ମାଝୀ, ପିଟର ଖେସ,ଜୟବନ୍ତ ଦାଦେଲ ଓ ମହିଳା ହକି ଆୟୋଜକ  ତଥା ହକି ସମୀକ୍ଷକ ସୁଶାନ୍ତ ବେହେରା ପ୍ରମୂଖ ଉପସ୍ଥିତ ରହି ହକି ବିଶ୍ୱକପ ଓ ଓଲି କୁ ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.