ବିଜେପି ପ୍ରତି ଜନଆସ୍ଥା ବୃଦ୍ଧି ଓଡ଼ିଶା ରାଜନୀତିରେ ପରିବର୍ତ୍ତନର ବଡ ସଙ୍କେତ ଦେଉଛି – ଧର୍ମେନ୍ଦ୍ର ପ୍ରଧାନ

3

ସମ୍ବଲପୁରରେ ‘ବିଜୟ ସଂକଳ୍ପ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ

• ବଡବଜାର, ଅନଗୁଲିଆପଡା, କୁମ୍ଭାରପଡ଼ାରେ ବିଜୟ ସଂକଳ୍ପ ସଭାରେ ଯୋଗଦେଲେ
• ଅବଦ୍ଦୁଲ କଲାମ ଛକରେ ରୋଡ ସୋରେ ଯୋଗଦେଲେ
• ବିଜେପିର ସଂକଳ୍ପ ପତ୍ର ଉପରେ ଅବଗତ କଲେ କେନ୍ଦ୍ରମନ୍ତ୍ରୀ
• ‘ମୋଦୀ ଗ୍ୟାରେଣ୍ଟି’ ଲୋକଙ୍କୁ ସମ୍ମାନର ସହ ବଞ୍ଚିବାର ଗ୍ୟାରେଣ୍ଟି ଦେଇଛି
• ଦୁଇ ଥର ପଦ୍ମ-ଦୁଇ ଗୁଣା ବିକାଶର ନାରା ଦେଲେ କେନ୍ଦ୍ରମନ୍ତ୍ରୀ

Imageସମ୍ବଲପୁର, ମଇ ୧୬ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ସମ୍ବଲପୁରରେ ସକାଳେ ବିଭିନ୍ନ ସ୍ଥାନରେ ଘରକୁ ଘ ବୁଲି ପ୍ରଚାର କରିବା ସହ ଅପରାହ୍ଣରୁ ବଡବଜାର, ଅନଗୁଲିଆପଡା, କୁମ୍ଭାରପଡ଼ାରେ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇଛନ୍ତି । ଅବଦ୍ଦୁଲ କଲାମ ଛକରେ ରୋଡ ସୋରେ ଯୋଗଦେଇ ପଦ୍ମଫୁଲରେ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ପ୍ରଚାର ଅବସରରେ ଶ୍ରୀ ପ୍ରଧାନ ସବକା ସାଥ୍-ସବକା ବିକାଶ ମନ୍ତ୍ରରେ ଶାସନ କରୁଥିବା ମୋଦୀ ସରକାରରେ ଚାଷୀ, ଗରିବ, ମହିଳା ଓ ଯୁବକ ପ୍ରାଥମିକତାରେ ଅଛନ୍ତି । ଭାରତବର୍ଷରେ ଚଉମୁଖୀ ବିକାଶର ଯୋଜନା ମୋଦୀଙ୍କ ନେତୃତ୍ୱରେ ସମ୍ଭବ ହୋଇପାରିଛି । ‘ମୋଦୀ ଗ୍ୟାରେଣ୍ଟି’ରେ ଅନେକ କଲ୍ୟାଣକାରୀ ପଦକ୍ଷେପ ଲୋକଙ୍କୁ ସମ୍ମାନର ସହ ବଞ୍ଚିବାର ଗ୍ୟାରେଣ୍ଟି ଦେଇଛି । ବିଜେପି ପ୍ରତି ଜନଆସ୍ଥା ବୃଦ୍ଧି ଓଡ଼ିଶା ରାଜନୀତିରେ ପରିବର୍ତ୍ତନର ବଡ ସଙ୍କେତ ଦେଉଛି ।

Imageରାଜ୍ୟରେ ବିଜେପି ସରକାର ହେଲେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଖାତାରେ ଏହି ଅର୍ଥ ଦିଆଯିବ । କଟନୀଛଟନୀ ନାଁରେ ଚାଷୀଙ୍କୁ ଯେଉଁ ଶୋଷଣ ହେଉଛି, ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । କେନ୍ଦୁପତ୍ର ବିଡା ୧.୬୦ ଟଙ୍କାରୁ ୨ ଟଙ୍କା ବୃଦ୍ଧି କରାଯିବ । ରାଜ୍ୟରେ ମୋଦୀ ସରକାରଙ୍କ ଏସଏଚଜି ସମୂହକୁ ନେଇ ୨୫ ଲକ୍ଷ ଲକ୍ଷପତି ଦିଦି ତିଆରି କରାଯିବ ।

Image

Leave A Reply

Your email address will not be published.