ଆଗାମୀ ଦଶନ୍ଧି ଓଡିଶାର ଯୁବ ପିଢ଼ିଙ୍କର: ନବୀନ ଗ୍ୟାରେଣ୍ଟି

3

ଭୁୁବନେଶ୍ୱର, ୧୬/୦୫/୨୦୨୪: ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ, ବିଜେଡି ଜାତୀୟ ମୁଖପାତ୍ର ଅମର ପଟ୍ଟନାୟକ ବିଜେଡି ଦ୍ୱାରା ଏହାର ନିର୍ବାଚନ ଇସ୍ତାହାରରେ ଦିଆ ଯାଇଥିବା ୨୪ଟି ଗ୍ୟାରେଣ୍ଟି ମଧ୍ୟରୁ ଏହାର ପ୍ରଥମ ଗ୍ୟାରେଣ୍ଟି ଯୁବ ବର୍ଗ ପାଇଁ ଉଦିଷ୍ଟ ବୋଲି କହିବା ସଂଗେ ଆଗାମୀ ଦଶନ୍ଧି ଯୁବ ପିଢ଼ିଙ୍କର ହେବ ବୋଲି ପ୍ରକାଶ କରିଥିଲେ | ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପରିକଳ୍ପନାର ନୂତନ ଓଡ଼ିଶାରେ ଯୁବକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ | ରାଜ୍ୟର ବିକାଶର ମୁଖ୍ୟଶ୍ରୋତରେ ଯୁବକ ମାନେ କିପରି ଭାବେ ସାମିଲ ହେବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏକ ରୋଡ଼ମ୍ୟାପ ପ୍ରସ୍ତୁତ କରିଛନ୍ତି | ଏହି ରୋଡ଼ମ୍ୟାପ ଅନୁଯାୟୀ ଯୁବକ ରାଜ୍ୟ ସରକାର ବାର୍ଷିକ ବଜେଟ ସମୟରେ ସ୍ୱତନ୍ତ୍ର ଯୁବ ବଜେଟ ପ୍ରସ୍ତୁତ କରାଯିବ | ଯୁବ ବଜେଟ ପରିବେଶଣ କରିବା କ୍ଷେତ୍ରରେ ଓଡିଶା ଦେଶରେ ପ୍ରଥମ ରାଜ୍ୟ ହେବ | ଯୁବ ବର୍ଗର ସାମଗ୍ରୀକ ବିକାଶ ପାଇଁ ପ୍ରତିବର୍ଷ ଦଶ ହଜାର କୋଟି ହିସାବରେ ଆଗାମୀ ଦଶ ବର୍ଷରେ ଏକ ଲକ୍ଷ୍ୟ କୋଟି ଟଙ୍କା ଖର୍ଚ୍ଚର ଅଟକଳ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ |
ଯଦିଓ ଭାରତୀୟ ଜନତା ପାର୍ଟି ତରଫରୁ ଯୁବ ବର୍ଗର ବିକାଶ ପାଇଁ ବଡ ବଡ଼ ଦାବି କରାଯାଇ ଆସୁଛି, ତାହା ତାଙ୍କ ବଜେଟରେ କିମ୍ବା ତାଙ୍କ ନିର୍ବାଚନି ଇସ୍ତାହାରରେ ଦୃଶ୍ୟମାନ ହେଉନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ | ବିଗତ କିଛି ବର୍ଷରୁ ଯୁବ ବର୍ଗଙ୍କ ତରଫରୁ ସେମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ପାଇଁ ସରକାରଙ୍କ ସମ୍ମୁଖରେ ସ୍ୱର ଉତ୍ତୋଳନ କରି ଆସୁଥିଲେ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଯୁବ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ବଜେଟ ଆସିବ ବୋଲି ଘୋଷଣା କରିଛନ୍ତି କ୍ଷ ଯୁବକ ଯୁବତୀ ମାନଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମ୍ୟାଜିକ କାର୍ଡ ଘୋଷଣା କରା ଯାଇଅଛି, ଯାହାର ପରିସରକୁ ଆହୁରି ବ୍ୟାପକ କରାଯିବ | ଏହି କାର୍ଡ ସମସ୍ତ ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉପଲବ୍ଧ ହେବ | ଏହା ଚାରୋଟି ଶ୍ରେଣୀର ରହିବ ଓ ଛାତ୍ର ଛାତ୍ରୀ ମାନଙ୍କ ପ୍ରଦର୍ଶନକୁ ନେଇ ସେମାନଙ୍କ ଶ୍ରେଣୀ ସ୍ଥିର ହେବ | ପ୍ରଦର୍ଶନରେ ଉନ୍ନତି ଆଣିଲେ ସେମାନଙ୍କ କାର୍ଡ଼ର ଶ୍ରେଣୀରେ ମଧ୍ୟ ଉନ୍ନତି ଆସିବ, ତେଣୁ ପ୍ରତ୍ୟେକ ଛାତ୍ର ଛାତ୍ରୀ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଚେଷ୍ଟା କରିବେ କ୍ଷ ଏହି କାର୍ଡ ଯୁବ ବର୍ଗଙ୍କ ସଫଳତା ହାସଲର ଚାବିକାଠି ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ | ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଅନ୍ୟତମ ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଉପସ୍ଥିତ ଥିଲେ |

Leave A Reply

Your email address will not be published.