ପଦ୍ମପୁର :- ମାଣ୍ଡିଆଢିପା ରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଯୁବନେତା ଭୋଜରାଜ ସିଂ ବରିହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକ ଅଧ୍ୟକ୍ଷା ଭାବନା ସିଂ,
ବରିଷ୍ଠ ବିଜେଡି ନେତା ରାଜେନ୍ଦ୍ର ରାଉତ, ଡ଼ୋଲାମଣି ମାହାର, ବ୍ଳକ୍ ଯୁବ ସଭାପତି ଗୌତମ ସିଂ, ଉପସଭାପତି ଭୋଜରାଜ ଭୋଇ, ପଞ୍ଚାୟତ ସଭାପତି ଭୈରବ ସେଠ୍, ପଞ୍ଚାୟତ ଯୁବ ସଭାପତି ସୁକାନ୍ତ ସାଥୁଆ, ବାମଦେବ ସାହୁ, ସରପଞ୍ଚ ପ୍ରତିନିଧି ରାଜୀବ ସାହୁ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଆଗାମୀ ନିର୍ବାଚନ ରେ କିପରି ଦଳ ପୂର୍ବ ଅପେକ୍ଷା ଅଧିକ ଭୋଟ ରେ ଜୟଯୁକ୍ତ ହେବ, ତା ଉପରେ ଆଲୋଚନା ହୋଇଥିଲା l ଉପସ୍ଥିତ ସମସ୍ତ କର୍ମୀ ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହା ଓ ଲୋକସଭା ପ୍ରାର୍ଥୀନୀ ପରିଣିତା ମିଶ୍ର ଙ୍କୁ ଅଧିକ ରୁ ଅଧିକ ଭୋଟ ରେ ଜିତାଇବାକୁ ସଂକଳ୍ପ ନେଇ ଥିଲେ l ଏହି କାର୍ଯ୍ୟକ୍ରମ ରେ ସମସ୍ତ ୱାର୍ଡ଼ ମେମ୍ବର ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Next Post