ମୌଳିକ ସମସ୍ୟା କୁ ନେଇ ଭୋଟ ବର୍ଜନ ନିଷ୍ପତ୍ତି।

4


କଲ୍ୟାଣସିଂହପୁର:  ରାୟଗଡା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ଗାଡି ଶେଷ ଖାଲ ପଞ୍ଚାୟତ ମାଉଡ଼ିଗୁଡା ଗାଁ ରେ ରାସ୍ତା ପିଇବା ପାଣି,ଆବାସ ଯୋଜନାର ସମସ୍ୟା କୁ ନେଇ ଭୋଟ ବର୍ଜ୍ଜନ ନିଷ୍ପତ୍ତି। ନିର୍ବାଚନ ସମୟରେ ନେତା,କୁଜି ନେତା ଆସି ପ୍ରତିଶୃତି ପରେ ପ୍ରତିଶ୍ରୁତି ଦିଅନ୍ତି।
ନିର୍ବାଚନ ସାରିଗଲେ ଯେଉଁ ପ୍ରତିଶ୍ରୁତି ସେମିତି ରହିଯାଇଛି ତେଣୁ ଆଜି ଗ୍ରାମବାସୀ ଏକ ତ୍ରିତ ହୋଇ ଗାଁ କୁ ରାସ୍ତା , ପାନୀୟ ଜଳ, ଆବାସ ଗୃହ ଭଳି ବିଭିନ୍ନ ସମସ୍ୟା ର ସମାଧାନ କରିବୁ ବୋଲି ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରାକା ଭୋଟ ମାଗିବାକୁ ଯାଇଥିଲେ । ନିର୍ବାଚନ ସାରିଗଲେ ଯେମିତି ସମସ୍ୟା ସେମିତି ରହୁଛି ବୋଲି ଗ୍ରାମର ଲୋକମାନେ ନେତା କୁଜି ନେତା ମାନଙ୍କୁ ଘଉଡ଼ାଇ ଥିଲେ। ଆଜି ପୁରୁଷ ଏକତ୍ରିତ ହୋଇ ଭୋଟ ବର୍ଜନ ପାଇଁ ନେଇଥିବା ଦେଖିବା କୁ ମିଳିଛି। ଗ୍ରାମବାସୀ କହିବା ଅନୁଯାୟୀ ଏହି ଗ୍ରାମ ୯୦ ପରିବାର ରହୁଥିବା ବେଳେ ୬୦୦ ରୁ ଉର୍ଦ୍ଧ ହେବ ଜନସଂଖ୍ୟା ରହି ଛନ୍ତି। ରାସ୍ତା ସୁବିଧା ନ ଥିବାରୁ ଯେ କୌଣସି ରୋଗ ବେମାର ହେଲେ ଖଟିଆ କିମ୍ବା ଚାଦର ରେ ବହି ନେଉଥିବା କହିଛନ୍ତି । ଭାରତ ସ୍ଵାଧୀନ ହୋଇ ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଗାଁ କୁ ସରକାର ଙ୍କ ଦୃଷ୍ଟି କେବେ ପଡିବ ତାହା ଦେଖିବା କୁ ରହିଲା।

Imageମାଉଡ଼ିଗୁଡା ଗାଁ ର ମନେସ ମିଣିଆକା, ଲକିନାଥ ମିଣିଆକା, ନାଇଡୁ ମିଣିଆକା, ଗୋପୀନାଥ ମିଣିଆକା, ଗୀତା ମିଣିଆକା ଓ ଦମୟନ୍ତି ସାହୁକାର କହିବା ଅନୁଯାୟୀ ଖରା ଦିନ ଯେମିତି ସେମିତି ଚଳିବ ବର୍ଷା ଦିନ ଆସିଲେ ନା ଆମ୍ବୁଲାନ୍ସ ଚାଲିବ ନା ବାଇକ ଗାଁ ରେ ଆଜି ପର୍ଯ୍ୟନ୍ତ ଆବାସ ଯୋଜନା ର ନା ନେଉନି ପ୍ରଶାସନ ର କାହିଁକି ଦୃଷ୍ଟି ପଡୁନି ବୋଲି ବୁଦ୍ଧି ଜୀବୀ ମହଲରେ ଆଲୋଚନା ଚାଲିଛି।ଗ୍ରାମ ବାସୀ କହିବା ଅନୁଯାୟୀ ବହୁତ ଥର ଜିଲ୍ଲା ପାଳ ବିଡ଼ିଓ ଙ୍କୁ ଅଭିଯୋଗ କରିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ କୌଣସି ସଫଳ ମିଲି ନାହିଁ ତେଣୁ ଏ ଥରକେ ସମସ୍ୟା ସମାଧାନ ନ ହେଲେ ଭୋଟ ବର୍ଜନ କରିବୁ ନେତା ମାନେ ଆସିଲେ ଘଉଡେଇବୁ ବୋଲି ଗ୍ରାମ ବାସୀ କହିଛନ୍ତି।

Leave A Reply

Your email address will not be published.