ଜଗତସିଂହପୁର,ତା-୧୦.୦୫.୨୦୨୪/ସୁମନ୍ତ କୁମାର ଦାସ: ନାମାଙ୍କନ ପତ୍ର ଦାଖଲ ର ଚତୁର୍ଥ ଦିନରେ 16 ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ଅନୁପମ ସାହା ଙ୍କ ନିକଟରେ କମୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ର ପ୍ରାର୍ଥୀ ରମେଶ ଚନ୍ଦ୍ର ସେଠୀ,ବହୁଜନ ସମାଜ ପାର୍ଟି ର ପ୍ରାର୍ଥୀ ବିଭୁତି ଭୂଷଣ ମାଝୀ,ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ, ଏ ପି ଆଇ ପାର୍ଟିର ପ୍ରାର୍ଥୀ ପିୟୁଷ ଦାସ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି 104 ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆଜି ଉପ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହୁ ଙ୍କ ନିକଟରେ ଭାରତୀୟ ଜାତୀୟ କଂଗ୍ରେସ ର ପ୍ରାର୍ଥୀ ପ୍ରତିମା ମଲ୍ଲିକ ଓ ବିଜୁ ଜନତା ଦଳ ର ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି 101 ପାରାଦ୍ଵୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆଜି 4 ଜଣ ପ୍ରାର୍ଥୀ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ଲଲିତ ମୋହନ ବେହେରା ଙ୍କ ନିକଟରେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ସି ପି ଆଇ ର ଜିନ୍ମୟୀ ସାହାଣୀ, ଭାରତୀୟ ଜନତା ପାର୍ଟି ର ସମ୍ପଦ ଚନ୍ଦ୍ର ସ୍ୱାଇଁ, ଭାରତୀୟ ଜାତୀୟ କଂଗ୍ରେସ ର ନିରଞ୍ଜନ ନାୟକ ଓ ବିଜୁ ଜନତା ଦଳ ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ। ସେହିପରି 103 ବାଲିକୁଦା -ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି, ସ୍ଵାଧୀନ ପ୍ରାର୍ଥୀ ରାକେଶ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ସମ୍ବିତ୍ ରାଉତ ଙ୍କ ନିକଟରେ ଓ 102 ତିର୍ତ୍ତୋଲ ବିଧାନସଭା(ସଂ) ନିର୍ବାଚନମଣ୍ଡଳୀ ନିମନ୍ତେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରାଜକିଶୋର ବେହେରା, ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ଅଭିମନ୍ୟୁ ବେହେରା ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post