ବିଜେପି ର ବିଶାଳ ଶକ୍ତି ପ୍ରଦର୍ଶନ

6

 କାଶୀପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡା ବିଜେପି ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା ଏବଂ ଲୋକ ସଭା ପ୍ରାଥୀ କାଳିରାମ ମାଝୀ ଙ୍କୁ କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ରେ ଏକ ବିଶାଳ ରାଲିରେ ଜନସମର୍ଥନ କରିଥିବା ଦେଖିବାକୁ ମିଳିଥିଲା।

। ରୋଡ଼ଶୋ ଜରିଆରେ ବିଧାୟକ ପ୍ରାର୍ଥୀ ଓ ଲୋକ ସଭା ପ୍ରାର୍ଥୀ କାଳିରାମ ମାଝୀ ଓ ବସନ୍ତ ଉଲାକା ଜନତାଙ୍କ ସହ ମିଶିଥିଲେ ଏବଂ ଲୋକଙ୍କ ସମସ୍ୟାକୁ କେନ୍ଦ୍ରକରି ୨୫ ବର୍ଷ ର ଶାସନ କାଳରେ ରାଜ୍ୟ ସରକାର ଯେଉଁଭଳି ଅଞ୍ଚଳର ବିକାଶ କୁ ଭୁଲି ଯାଇଛି ଏଣୁ ସେ ବିଜେପି ର ବିକାଶ କୁ ଲୋକଙ୍କ ସହ ଆଲଚନା କରିଥିଲେ ଏବଂ ଚଳିତ ନିର୍ବାଚନରେ ରାୟଗଡା ବିଧାୟକ ପ୍ରାର୍ଥୀ  ବସନ୍ତ ଉଲାକା ଏବଂ କୋରାପୁଟ ଲୋକସଭା ପ୍ରାର୍ଥୀ ତଥା  ପ୍ରିୟ କାଳିରାମ ମାଝୀ ଙ୍କୁ ପଦ୍ମ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟ ଯୁକ୍ତ କରିବାକୁ ହାତ ଯୋଡି ଭୋଟ ଭିକ୍ଷା କରିଥିଲେ ବିଧାୟକ ପ୍ରାର୍ଥୀ ଓ ଲୋକ ସଭା ପ୍ରାର୍ଥୀ କାର୍ଯ୍ୟକ୍ରମ ରେ ଛତିଶିଗଡ଼ ର ରାଜ୍ୟ ସଭାପତି କିରନ ସିଂ ଦେବ ,ରାଜ୍ୟ ଉପ ସଭାପତି ନୀଳାନନ୍ଦ୍ରି ପାତ୍ର,ନିକି ହେମରମ,ସନ୍ତୋଷ ମହାନ୍ତି,ସୁଶାନ୍ତ ପ୍ରଧାନୀ,ଲାବଣ୍ୟ ନାଏକ,ଶରତ ପ୍ରଧାନୀ,କିଶର ବେହେରା ,ଏବଂ କାଶୀପୁର ବ୍ଲକ  ର ଶତାଧିକ ବିଜେପି ପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.