ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳ ର ପ୍ରବୀଣ ଅର୍ଥନୈତିଜ୍ଞ ତଥା ଫରିକ ମୋହନ ମହାବିଦ୍ୟାଳୟ ର ପ୍ରାନ୍ତନ ଅଧ୍ୟକ୍ଷ ମୁରଲୀଧର ସାହୁ ଆଉ ନାହାନ୍ତି ଆମ ମାନଙ୍କ ଗହଣ ରେ। ବାସୁଦେବପୁର ଅଂଚଳ ର ବିଭିନ୍ନ ସଂଗଠନ ସହ ଜଡିତ ଥିବା ଶିକ୍ଷାବିତ ମୁରଲୀଧର ସାହୁ ଗତକାଲି ବିଳମ୍ବିତ ରାତି ରେ ଆକସ୍ମିକ ଭାବରେ ହୃଦଘାତ ର ଶିକାର ହୋଇ ଇହଧାମ ତ୍ୟାଗ କରିଛନ୍ତି। ଗୋଟିଏ ପଟେ ମୁରଲୀ ସାର ଙ୍କର ଦେହାନ୍ତ ଖବର ବାସୁଦେବପୁର ବାସୀ ଙ୍କୁ ଦାରୁଣ ଆଘାତ ଦେଇଥିବା ବେଳେ ଅପର ପଟେ ନିଜ ସ୍ୱାମୀ ଙ୍କ ମୃତ୍ୟୁ ଖବର ପାଇ ସହ ଧର୍ମିଣୀ ଗଭୀର ମାନସିକ ଧକ୍କା ପାଇ ଏବେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି। ସୂଚନା ଯୋଗ୍ୟ ଶିକ୍ଷାବିତ ଡ଼କ୍ଟର ସାହୁ ପ୍ରଥମେ ଅର୍ଥନୀତି ବିଭାଗ ର ଅଧ୍ୟାପକ ଭାବେ ଭଦ୍ରକ ମହାବିଦ୍ୟାଳୟ ରେ ନିଜର ଚାକିରୀ ଜୀବନ ଆରମ୍ଭ କରି ପରବର୍ତ୍ତୀ ପର୍ଯ୍ୟାୟ ରେ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟ, ବାରିପଦା ଓ ଫକୀରମୋହନ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଭାବେ ରହି ସୁଚାରୁରୂପେ ନିଜ ଦାୟିତ୍ୱ ନିର୍ବାହ କରିଥିଲେ। ବାସୁଦେବପୁର ଅଂଚଳ ରେ ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ସ୍ରଷ୍ଟା ଓ ସୃଷ୍ଟି , ସହୀଦ ସ୍ମୃତି ସଂଗଠନ,ବାସୁଦେବପୁର ବସ ମାଲିକ ସଂଘ, ବାଞ୍ଛାନିଧି ମହାନ୍ତି ସ୍ମୃତି କମିଟି ର ସଦସ୍ୟ ଭାବେ ତାଙ୍କର ସୁଚିନ୍ତିତ ଦିଗଦର୍ଶନ ଏବେବି ଅଭୁଲା। ତାଙ୍କ ଦେହାନ୍ତ ଖବର ପାଇ ବିଳମ୍ବିତ ରାତ୍ରୀ ରେ ସାଧାରଣ ଜନତା ଙ୍କ ଠାରୁ ରାଜନେତା , ଶିକ୍ଷାବିତ୍, ବୁଦ୍ଧିଜିବୀ ଙ୍କ ପର୍ଯ୍ୟନ୍ତ ସମସ୍ତେ ପହଂଚି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବିଧାୟକ ପ୍ରାର୍ଥୀ ବିଷ୍ଣୁ ବ୍ରତ ରାଉତ ରାୟ,ଧାମନଗର ର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସାଂସଦ ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି, ଶିକ୍ଷାବିତ ସୁଧାଂଶୁ ଶେଖର ମିଶ୍ର, ଫନିକ୍ସ ଏକାଡେମୀ ର ସଭାପତି ଅଭିମନ୍ୟୁ ବେହେରା, ବାସୁଦେବପୁର ର ଗଣ ମାଧ୍ୟମ ପ୍ରତିନିଧି ଓ ବାସୁଦେବପୁର ର ବହୁ ମାନଗଣ୍ୟ ବ୍ୟକ୍ତି ଡ଼ଃ ସାହୁ ଙ୍କ ମୃତ୍ୟୁ ରେ ଶୋକ ବ୍ୟକ୍ତ କରିଥିଲେ।
Sign in
Sign in
Recover your password.
A password will be e-mailed to you.