ବିଧାୟକ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବାସୁଦେବପୁର ପଞ୍ଚାୟତର ବହୁ ବିଜେପି ଏବଂ କଂଗ୍ରେସ କର୍ମୀ ବିଜେଡ଼ିରେ ମିଶିଲେ l

3

 (ମାହାଙ୍ଗା- ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ତଥା ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦୃଢ ନେତୃତ୍ବରେ ଅନୁପ୍ରାଣିତ ହୋଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ବ୍ଲକ ବାସୁଦେବପୁର ପଞ୍ଚାୟତର ବହୁ ବିଜେପି ଏବଂ କଂଗ୍ରେସ କର୍ମୀ ବିଜେଡ଼ିରେ ଯୋଗଦାନ କରିଛନ୍ତି । ଏଥି ନିମନ୍ତେ ରବିବାର ଦିନ ବିଧାୟକ ଶ୍ରୀ ଜେନାଙ୍କ ଅଳିଯୋଡ଼ା ସ୍ଥିତ ବାସଭବନରେ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେଡ଼ିରେ ମିଶିଥିବା ସମସ୍ତ ବିଜେପି ଏବଂ କଂଗ୍ରେସ କର୍ମୀମାନେ ପ୍ରକାଶ କରିଥିଲେ କି ଦଳୀୟ ନେତାଙ୍କ ମନମାନୀ କାର୍ଯ୍ୟ ଉପରେ ଅତିଷ୍ଠ ହୋଇ ଏବଂ ବିଜେଡ଼ି ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ତଥା ବିଧାୟକ ପ୍ରତାପ ଜେନାଙ୍କ ଉପରେ ଆସ୍ଥା ଓ ଭରସା ପ୍ରକଟ କରି ବିଜେଡ଼ି ଦଳରେ ଯୋଗଦାନ କରିଛନ୍ତି । ବିଧାୟକ ଶ୍ରୀ ଜେନା ସମସ୍ତ ବିଜେପି କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇବା ସହିତ ପଞ୍ଚାୟତରେ ଅଧିକରୁ ଅଧିକ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ହେଲେ ଡ଼ବଲ ଶଙ୍ଖ ଚିହ୍ନରେ ମୋହର ମାରି ବିଜେଡ଼ି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବାକୁ ସହଯୋଗର ହାତ ବଢାଇବା ପାଇଁ ଆହ୍ବାନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନାଙ୍କ ସମେତ ବାସୁଦେବପୁର ପଞ୍ଚାୟତର ବହୁ ବିଜେଡ଼ି ନେତୃବୃନ୍ଦ ଉପସ୍ଥିତ ରହିଥିଲେ l

Leave A Reply

Your email address will not be published.