ଗଂଞ୍ଜେଇ ଚାଲାଣ ବେଳେ ଏମସିଏ ଛାତ୍ର ଗିରଫ

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ଗଞ୍ଜେଇ ଚାଲାଣ ଅଭିଯୋଗରେ ଅବକାରୀ ବିଭାଗ ଜଣେ ଏମସିଏ ଛାତ୍ର କୁ ଗିରଫ କରିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବାବେଳେ ରାମନାଗୁଡା ନିକଟ ବାଙ୍ଗୀ ଛକରେ ଗୋଟିଏ ନାଲି କାରକୁ ଅଟକାଇଥିଲେ। କାରକୁ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ଗାଡି ଚାଳକକୁ ପଚରାଉଚୁରା କରିବାରୁ ଗଂଞ୍ଜେଇ ରାୟଗଡା ଚାଲାଣ ହେଉଥିବା ନେଇ ସ୍ବୀକାର କରିଥିଲେ। ଗଂଞ୍ଜେଇ ଚାଲାଣରେ ଗୁଡ଼ାରୀ ଥାନା ଅଞ୍ଚଳ ନାଇରା ଗ୍ରାମର ନରେନ୍ଦ୍ର ପାଲକା ଏବଂ ସେ ଏମସିଏ ପାଠ ପଢ଼ୁଥିବା ଆବକାରି ବିଭାଗ ପକ୍ଷରୁ କୁହାଯାଇଛି। ମୋଟ ୨୬ କେଜି ୫୦୦ ଗ୍ରାମ ଗଂଞ୍ଜେଇ ଜବତ କରିଛି। ଆଜି ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଗିରଫ ଛାତ୍ର ନରେନ୍ଦ୍ର ପାଲକା କୁ କୋର୍ଟ ଚାଲାଣ କରିଛି। ଜିଲାପାଳ ମନୋଜ ସତ୍ୟବାନ ମହାଜନ ଓ ଅବକାରୀ ଅଧ୍ୟକ୍ଷକ ସନ୍ତୋଷ ଧଳ ସାମନ୍ତଙ୍କ ନିର୍ଦେଶକ୍ରମେ ରାମନାଗୁଡା ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ, ଗୁଣପୁର ଅବକାରୀ ନିରୀକ୍ଷକ ପ୍ରୀତିଧାରା ନାୟକ,ଉପ ନିରୀକ୍ଷକ ପି ବିଶ୍ବେଶ୍ଵର ରାଓ,ସହ ଉପ ନିରୀକ୍ଷକ ଦିବାକର ମହାପାତ୍ର ପ୍ରମୁଖ ପୁଲିସ ସହଯୋଗରେ ପେଟ୍ରୋଲିଂ ଓ ଯାନବାହନ ଯାଞ୍ଚରେ ସାମିଲ ଥିଲେ।

 

Leave A Reply

Your email address will not be published.