(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା: ଖଲ୍ଲିକୋଟ: ୩/୫ ଆଜି ସ୍ଥାନୀୟ ଖଲ୍ଲିକୋଟ ବିଜେପି ପକ୍ଷରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ବାସଭବନ ରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି।
ଏ ଅବସରରେ ଖଲିକୋଟ ଏନ୍ ଏ ସି ର ଶହଶହ ବିଜେଡି ଦଳର ନେତା ଓ କର୍ମୀ ମାନେ ବିଜେପି ଦଳରେ ସାମିଲ୍ ହୋଇ ଥିବା ଜଣାପଡ଼ିଛି। ଖବର ନେବାରୁ ଜଣାପଡିଛି ଯେ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ ବହୁ ବିଜେଡି ଦଳର କର୍ମୀ ମାନେ ବିଜେପି ରେ ଯୋଗଦାନ କରିଥିବା ସୂଚନା ମିଳିଛି।
ଜନସାଧାରଣ ଙ୍କ ବକ୍ତବ୍ୟ ପ୍ରଦାନ କରିଛନ୍ତି ଯେ ଖଲ୍ଲିକୋଟ ର ଦୀର୍ଘ ୫ ବର୍ଷ ଧରି ବିଧାୟିକା ପଦରେ ରହିବା ପରଠାରୁ ସେ ଖଲ୍ଲିକୋଟ ପାଇଁ କ’ଣ କରିଛନ୍ତିି ? ସେ କେବେ କାହା ସହ ସୁଖଦୁଃଖ ରେ ଭାଗି ହୋଇ ଛନ୍ତି କି ? ରାଣୀ ମା ତ ଚାଲିଗଲେ ଆରପାରିକୁ ମଝିଗାଡିଆରେ ଛାଡି ଆମେ ମଧ୍ୟ ଚାଲିଲୁ ଆମ ରାସ୍ତା ଦେଇ ବିଜେପି ରେ ମିଶିବା ପାଇଁ। ସେହି ପରି ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ କେଶପୁର ପଞ୍ଚାୟତ ର ସମିତି ସଭ୍ୟ ଉଲ୍ଲାସ ପରିଡ଼ା ଙ୍କ ସମେତ ଶତାଧିକ ବିଜେଡି ଦଳର ନେତା ଓ କର୍ମୀ ମାନେ ବିଜେପି ରେ ଯୋଗଦାନ କରିଥିବା ଜଣାପଡିଛି। ଆଜିର ଏ ମିଶ୍ରଣ ପର୍ବ ରେ ପ୍ରାୟ ୮୦୦ରୁ ୧୦୦୦ ବିଜେଡି ଦଳର ନେତା ଓ କର୍ମୀ ମାନେ ଯୋଗଦାନ କରିଥିବା ସୂଚନା ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ବିଜେପି ପକ୍ଷରୁ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଘୁମୁସର ଜିଲ୍ଲା ବିଜେପି ସାଧାରଣ ସଂପାଦକ ଶ୍ରୀ ଅନିଲ କୁମାର ପଣ୍ଡା,
ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ସଂଯୋଜକ ତଥା ପୂର୍ବତନ ନଗର ପାଳ ଶ୍ରୀ ଶଙ୍କର ପ୍ରସାଦ ନାହାକ, ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ଜଗନ୍ନାଥ ଭୂୟାଁ, ବିଜେପି ମିଡ଼ିଆ ଶମ୍ବୁନାଥ ପ୍ରଧାନ, ଆସିକା ସଂସଦୀୟ କ୍ଷେତ୍ର ସଂଯୋଜକ ଶ୍ରୀ ଯଜ୍ଞ ନାରାୟଣ ଦାସ, ମନୋଜ କୁମାର ସେଠୀ, ରବିନ୍ଦ୍ର ସ୍ବାଇଁ, ମନୋଜ କୁମାର ପ୍ରଧାନ, ମିଟୁ ସ୍ବାଇଁ,ଯୋଗୀନ୍ଦ୍ର ଦାସ, ସନ୍ତୋଷ କୁମାର ଗୌଡ଼ ପ୍ରମୁଖ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ ବୋଲି ଜନଶ୍ରୁତି ରୁ ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.