ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବୁଧବାର ରାତ୍ରିରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ନିୟମିତ ରାତ୍ରି ପାଟ୍ରୋଲିଂ ସମୟରେ ରାଣୀପେଣ୍ଠ ଜଙ୍କସନ୍ ମୁଖ୍ୟ ରାସ୍ତାର ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରି ଜନସାଧାରଣଙ୍କ ପାଇଁ ଉପଦ୍ରବ ସୃଷ୍ଟି କରୁଥିବା ଅବସ୍ଥାରେ କେ. ୟାଦଗିରି (୨୩), କେ. ପବନ (୨୪), ଏସ୍. ଶିବା କୁମାର (୨୭) ଓ ପି. ଦିଲୀପ କୁମାର (୨୫), ସମସ୍ତେ ରାଣୀପେଣ୍ଠ , ଥାନା ପାରଳାଖେମୁଣ୍ଡି ଅଞ୍ଚଳର , ମୋଟ ୪ ଜଣଙ୍କୁ ପୋଲିସ ଅଟକ ରଖିଥିଲା। ସମସ୍ତଙ୍କର ଡାକ୍ତରୀ ପରୀକ୍ଷା ଓ ବ୍ରେଥ୍ ଆନାଲାଇଜର୍ ପରୀକ୍ଷା କରାଯାଇ ସେମାନେ ମଦ୍ୟପାନ କରିଥିବା ନିଶ୍ଚିତ ହୋଇଥିଲା।
ପରବର୍ତ୍ତୀ ସମୟରେ ସେମାନଙ୍କଠାରୁ ବ୍ୟକ୍ତିଗତ ବଣ୍ଡ ନିଆଯାଇ ଧାରା ୨୯୨ ବିଏନଏସଏସ ଅନୁଯାୟୀ ସକ୍ଷମ ଅଦାଲତରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରୋସିକ୍ୟୁସନ୍ ରିପୋର୍ଟ ଦାଖଲ କରାଯାଇଛି। ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରି ଶାନ୍ତିଶୃଙ୍ଖଳା ଭଙ୍ଗ କରିବା ଓ ଜନସାଧାରଣଙ୍କୁ ଅସୁବିଧା ସୃଷ୍ଟି କରିବା ବିରୋଧରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ ଏବଂ ସହରର ପ୍ରମୁଖ ଛକ ଓ ସର୍ବସାଧାରଣ ସ୍ଥାନଗୁଡ଼ିକରେ ନିୟମିତ ପାଟ୍ରୋଲିଂ ଓ ନଜରଦାରି ଜାରି ରହିବ ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି।
Sign in
Sign in
Recover your password.
A password will be e-mailed to you.